fbpx

ଗୋଟିଏ କେସ୍ ଚିହ୍ନଟ ହେବାପରେ ପୂରା ଦେଶରେ ଲାଗିଲା ଲକଡାଉନ୍

ନୂଆଦିଲ୍ଲୀ: କରୋନା ମହାମାରୀର କହର ଏ ପର୍ଯ୍ୟନ୍ତ ଥମିନାହିଁ । ଏବେ ସୁଦ୍ଧା ଅନେକ ଦେଶରେ ଏହାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଇତି ମଧ୍ୟରେ ମାତ୍ର ଗୋଟି, କରୋନା ମାମଲା ଚିହ୍ନଟ ହେବାରୁ ଏହି ଦେଶର ପ୍ରଧାନମନ୍ତ୍ରୀ ସାରା ଦେଶରେ ଲକଡାଉନ୍ ଲଗାଇଦେଇଛନ୍ତି । ତେବେ ସେହି ଦେଶ ହେଉଛି ନ୍ୟୁଜିଲ୍ୟାଣ୍ଡ୍ । ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅଡର୍ନ ଫେବୃଆରୀ ପରଠାରୁ ପ୍ରଥମ କେସ୍ ରିପୋର୍ଟ ହେବାପରେ ସାରା ଦେଶରେ ତିନିଦିନ ପାଇଁ ଲକଡାଉନ୍ ଲାଗୁ କରିଛନ୍ତି ।

ଆଜି ରାତିରୁ ଦେଶରେ ଲକଡାଉନ୍ ଲାଗୁ ହେବ । ଏନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଚନ୍ତି । ଖାଲି ସେତିକି ନୁହେଁ କରୋନା ମାମଲା ଚିହ୍ନଟ ହୋଇଥିବା ଅଞ୍ଚଳରେ ୭ଦିନ ଲକଡାଉନ୍ ଲାଗୁ ହେବ । ଏହି ସମୟରେ ସମସ୍ତ ସ୍କୁଲ୍, ସାର୍ବଜନୀକ ସ୍ଥଳ ଏବଂ ଅଧିକାଂଶ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବ । ଲୋକମାନଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି । ଏଥିସହିତ ମାସ୍କ ପିନ୍ଧିବା ସହିତ କରୋନା ଗାଇଡଲାଇନ୍ ମାନି ଚଳିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.