fbpx

ବୁଲିବାଇ ଆପ୍ ମାମଲା: ଝାରସୁଗୁଡ଼ାରୁ ଜଣକୁ ଗିରଫ କଲା ମୁମ୍ବାଇ ପୋଲିସ୍

ବୁଲିବାଇ ଆପ୍ ମାମଲାରେ ଓଡ଼ିଶାରୁ ଜଣକୁ ଗିରଫ ପ୍ରସଙ୍ଗ । ଗିରଫ ବ୍ୟକ୍ତି ଝାରସୁଗୁଡ଼ା ବ୍ରଜରାଜନଗର ଇବ୍ ର ନୀରଜ ସିଂହ । ନୀରଜକୁ ଝାରସୁଗୁଡ଼ାରୁ ଗିରଫ କଲା ମୁମ୍ବାଇ ପୋଲିସ୍ । ଗିରଫଦାରୀ ନେଇ ଝାରସୁଗୁଡ଼ା ପୋଲିସ୍ ସୂତ୍ରରୁ ସୂଚନା । ଝାରସୁଗୁଡ଼ାରେ ମୁମ୍ବାଇ ପୋଲିସର ସ୍ୱତନ୍ତ୍ର ଟିମ୍ ର ତନାଘନା । ଗିରଫ ଅଭିଯୁକ୍ତ ନୀରଜ ସିଂହକୁ ଧରି ପୋଲିସର ତନାଘନା ଜାରି ।

ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସ୍ ର ସାଇବର ସେଲ୍ କୁ ବୁଲିବାଇ ଆପ୍ କୁ ନେଇ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି ମାମଲାରେ ଯାଞ୍ଚ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ‘ବୁଲିବାଇ’ ଏମିତି ଏକ ଆପ୍ ଯାହାଦ୍ୱାରା ଜଣାଶୁଣା ମୁସଲିମ୍ ମହିଳାଙ୍କ ଫଟୋକୁ ପୋଷ୍ଟ କରାଯାଇ ସେମାନଙ୍କର ନିଲାମୀ କରାଯାଉଥିଲା । ଏହି ମାମଲାରେ ଅନେକ ଲୋକ ପ୍ରଶ୍ନ ଉଠାଇ ଥିଲେ ଏବଂ ଅଭିଯୋଗ କରିଥିଲେ ଯାହାପରେ ମୁମ୍ବାଇ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିିଙ୍କ ବିରୋଧରେ ଆଇପିସି ଧାରା ୩୫୪ଡି, ୫୦୯, ୫୦୦, ୧୫୩ଏ,୨୯୫ଏ, ୧୫୩ବି, ଆଇଟି ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା ।

Get real time updates directly on you device, subscribe now.