fbpx

ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟିଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡ଼ିଓ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ ରାସୋଳ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟ୍ ହୋଇଛି । ୨ଟି ବାଇକରେ ଆସି ଗହଣା ଲୁଟ୍ କରିବା ପରେ ଫେରାର୍ ହୋଇଗଲେ ୪ ଦୁର୍ବୃତ୍ତ । ୩ ଜଣଙ୍କୁ ଷ୍ଟ୍ରଙ୍ଗରୁମରେ ପୁରାଇ ଲକର ଭିତରୁ ଗହଣା ଲୁଟିଥିବା ସୂଚନା ମିଳିଛି । ବ୍ୟାଙ୍କ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଛନ୍ତି ୪ ଦୁର୍ବୃତ୍ତ । ନଗଦ ୭ରୁ ୮ ଲକ୍ଷ ଟଙ୍କା ମଧ୍ୟ ନେଇ ପଳାଇଥିବା ସୂଚନା ମିଳିଛି । ଡକାୟତି ବେଳେ ବ୍ୟାଙ୍କର ୨ ଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ରାସୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଲୁଟ୍ ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ଗୋଟିଏ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.