fbpx

ଆକାଶ ଛୁଆଁ ହେବାରେ ଲାଗିଛି ଆଳୁ ପିଆଜ ଦର

କଟକ,୨୯ା୯(ଓଡ଼ିଶା ଭାସ୍କର): ରୋଷେଇରେ ଅତି ଜରୁରୀ ସାମଗ୍ରୀ ଆଳୁ ଓ ପିଆଜ । ଯାହାର ଦର ବର୍ତ୍ତମାନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ କଟକ ଛତ୍ରବଜାରରେ ଆଳୁର ଦର ୩୫ ଟଙ୍କା ଥିବା ବେଳେ ପିଆଜ ଦର ୫୦ଟଙ୍କା ରହିଛି । ଏହି ମୂଲ୍ୟ ଅନୁସାରେ ପିଆଜର କ୍ୱିଇଣ୍ଟାଲ ପିଛା ୪୦୦୦ ଥିବା ବେଳେ ଆଳୁ ୨୮୦୦ ଟଙ୍କା ରହିଛି । ଆମଦାନୀ ସ୍ଥାନରେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା କାରଣରୁ ଛତ୍ରବଜାରକୁ ୫ଟ୍ରକ ବଦଳରେ ଦୁଇ ଟ୍ରକ ପିଆଜ ଆସୁଛି । ତେଣୁ ଦରବୃଦ୍ଧି ହେଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.