fbpx

ମହଙ୍ଗା ହେଲା ଅନଲାଇନ୍ ଫୁଡ୍ ଡେଲିଭରେୀ, ଦେବାକୁ ପଡ଼ିବ ୫ପ୍ରତିଶତ ଟ୍ୟାକ୍ସ

ନୂଆଦିଲ୍ଲୀ: ମହଙ୍ଗା ହେବ ଅନଲାଇନ୍ ଫୁଡ୍ ଡେଲିଭରେୀ । ଏବେ ଆପଣଙ୍କୁ ସ୍ୱିଗି, ଜମାଟୋ ଭଳି ଅନଲାଇନ୍ ଫୁଡ୍ ଡେଲିଭେରୀ ସଂସ୍ଥାକୁ ଦେବାକୁ ପଡ଼ିବ ୫ ପ୍ରତିଶତ ଟ୍ୟାକ୍ସ । ଜିଏସ୍ଟି ପରିଷଦର ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱିଗି, ଜମାଟୋ ପରି କମ୍ପାନୀର ଖାଦ୍ୟ ବିତରଣ ଉପରେ ଜିଏସ୍ଟି ଦେବାକୁ ପଡିବ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ, ସ୍ୱିଗି, ଜମାଟୋ ପରି ଏଗ୍ରିଗେଟର୍ କମ୍ପାନୀଗୁଡିକ, ଯେଉଁ ରେଷ୍ଟୁରାଣ୍ଟ୍ ରୁ ଖାଦ୍ୟ କଲେକ୍ଟ କରୁଥିଲେ ସେମାନଙ୍କୁ ହିଁ କେବଳ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା କିନ୍ତୁ ଏବେ ଠାରୁ ସ୍ୱିଗି, ଜମାଟୋ ଭଳି କମ୍ପାନୀକୁ ଟ୍ୟାକ୍ସ ଦେବାକୁ ପଡ଼ିବ । ଅନ୍ୟପଟେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଜିଏସ୍ଟି ଅଧୀନରେ ଆଣିବାକୁ ଦାବି କରୁଥିବା ଲୋକମାନେ ନିରାଶ ହୋଇଛନ୍ତି । ଜିଏସ୍ଟି ଅଧୀନରେ ପେଟ୍ରୋଲ ଏବଂ ଡିଜେଲ ଆଣିବା ନେଇ କୌଣସି ଘୋଷଣା କରିନାହାଁନ୍ତି।

ଶୁକ୍ରବାର ଦିନ ଜିଏସଟି ପରିଷଦ ବୈଠକରେ ଫୁଡ୍ ଡେଲିଭେରୀ ସର୍ଭିସ୍ ହେଉଥିବା ଜମାଟୋ, ସ୍ୱିଗି ଭଳି ଅନଲାଇନ୍ କମ୍ପାନୀ ଆପ୍ କୁ ନେଇ ବଡ଼ ନିଷ୍ପତି ନିଆଯାଇଛି । ନୂତନ ନିୟମ ଅନୁସାରେ, ଏବେ ଜମାଟୋ ସ୍ୱିଗି ଭଳି ଆପ୍ ଗ୍ରାହକଙ୍କ ଠାରୁ ୫ ପ୍ରତିଶତ ଜିଏସଟି କଲେକ୍ଟ କରିବେ । ତେବେ ଏହି ପରିବର୍ତ୍ତନ ପରେ ଗ୍ରାହକଙ୍କ ଉପରେ କୌଣସି ଫରକ୍ ପଡ଼ିବ ନାହିଁ । କାରଣ ଗ୍ରାହକ ମାନେ ଯେଉଁ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର୍ କରୁଛନ୍ତି ସେଠାରେ ଏବେ ଆଉ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.