fbpx

ଭାରତରେ ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ୍, ପ୍ରତିଦିନ ୨୦ ଲକ୍ଷ ବ୍ୟାରେଲ୍ ତେଲ ଉତ୍ପାଦନ କରିବାକୁ ବିଚାର କରୁଛି ଓପେକ୍

ନୂଆଦିଲ୍ଲୀ: ତୈଳ ରପ୍ତାନକାରୀ ଦେଶର ସଂଗଠନ(ଓପେକ) ସଂପ୍ରତି ପ୍ରତି ଦିନ ଅଶୋଧିତ ତୈଳ ଉତ୍ପାଦନରେ ୨ ମିଲିୟନ(୨୦ ଲକ୍ଷ) ବ୍ୟାରେଲ୍ ହ୍ରାସ କରିବାକୁ ବିଚାର କରୁଛି। ଯଦି ଏମିତି ହୁଏ ତେବେ ଭାରତ ସମେତ ଦୁନିଆର ଅନେକ ଦେଶରେ ପେଟ୍ରୋଲ-ଡିଜେଲ୍ ଦାମ ଅହେତୁକ ବୃଦ୍ଧି ଘଟିପାରେ। ବିଶେଷଜ୍ଞଙ୍କ ମତରେ ଅନେକ ଦେଶ ନିଜର କ୍ଷମତାଠୁ କମ ଇନ୍ଧନ ବ୍ୟବହାର କରୁଛନ୍ତି। ତେଣୁ ଓପେକ ଦେଶର ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତିର ବ୍ୟାପକ ପ୍ରଭାବ ଦେଶଗୁଡିକ ଉପରେ ପଡିବ ନାହିଁ।

କିନ୍ତୁ ଏହି ନିଷ୍ପତ୍ତି ଭାରତ ପାଇଁ ବହୁତ ମହତ୍ଵ ବହନ କରୁଛି। କାରଣ ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତୈଳ ଓପେକ ଦେଶରୁ ହିଁ ଆମଦାନୀ କରିଥାଏ। ଏମିତିରେ ଓପେକ ଦେଶ ତେଲ ଉତ୍ପାଦନ କମ କଲେ ଭାରତ ପ୍ରଭାବିତ ହେବା ସ୍ଵାଭାବିକ। କିନ୍ତୁ ଆଶ୍ଵସ୍ତିକର ବିଷୟ ସଂପ୍ରତି ଭାରତ ଓପେକଠୁ କମ ତୈଳ ଆମଦାନୀ କରୁଛି। ତଥାପି ଓପେକ ତେଲ ଉତ୍ପାଦନ କମ କଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ। ଅନ୍ୟପକ୍ଷେ ତେଲର ଚାହିଦା ହ୍ରାସ ପାଇବାରୁ ଓପେକ ଦେଶ ଏହି ପଦକ୍ଷେପ ଉଠାଇବାକୁ ବିବଶ ହୋଇଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ୟୁଏସ ଲଗାତାର ଉପସାଗରୀୟ ଦେଶ ସହିତ ଆଲୋଚନା କରି ଏମିତି ନିଷ୍ପତ୍ତିରୁ ପଛକୁ ହଟିବାକୁ ଗୁହାରି କରିଛି। ଆମେରିକାରେ ନଭେମ୍ବରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଯାଉଛି। ତେଣୁ ଏମିତି ସମୟରେ ରାଷ୍ଟ୍ରପତି ଜୋ ବାଇଡେନ୍ କୌଣସି ପ୍ରକାରେ ଇନ୍ଧନ ଦର ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା ଚଳାଇଛନ୍ତି। ରେପିଡନ ଏନର୍ଜିର ସଂସ୍ଥାପକ ବବ ମ୍ୟାକନେଲିଙ୍କ ଅନୁଯାୟୀ, ବାଇଡେନ ପ୍ରଶାସନ ତେଲ ଦର ବୃଦ୍ଧିକୁ ନେଇ ଆଶଙ୍କାରେ ଅଛନ୍ତି। ଯଦି ଓପେକ ବଡ ସ୍ତରରେ ଉତ୍ପାଦନ ହ୍ରାସ କରେ ତେବେ ଆମେରିକାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।

Get real time updates directly on you device, subscribe now.