fbpx

ଅପରେସନ୍ ସମୁଦ୍ର ସେତୁ: ବିଦେଶରୁ ଅକ୍ସିଜେନ୍ ଏବଂ ଚିକିତ୍ସାଗତ ସାମଗ୍ରୀ ଆଣିବା ପାଇଁ ନିୟୋଜିତ ହୋଇଛି ୯ଟି ଯୁଦ୍ଧପୋତ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଦେଶରେ ଅକ୍ସିଜେନ୍ ଅଭାବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଭାରତୀୟ ନୌସେନା ଦେଶକୁ ଅକ୍ସିଜେନ୍ ଆଣିବାର ବ୍ୟବସ୍ଥାରେ ଲାଗି ପଡିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ନୌସେନା ପକ୍ଷରୁ ସମୁଦ୍ର-ସେତୁ ନାମକ ଏକ ଅପରେସନ୍ ଆରମ୍ଭ ହୋଇଛି । ଏହି ଅପରେସନ୍ ଅଧୀନରେ ବାହାର ଦେଶକୁ ଅକ୍ସିଜେନ୍ ଏବଂ ଅନ୍ୟାନ୍ୟ ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ଦେଶକୁ ଅଣାଯାଉଛି । ସେହିପରି ମେ ୯ରେ ନୌସେନାର ତିନୋଟି ଯୁଦ୍ଧପୋତ ଲିକ୍ୱିଡ୍ ଅକ୍ସିଜେନ୍, ସିଲିଣ୍ଡର ଏବଂ କନସେନଟ୍ରେଟର୍ ସହିତ ଅନ୍ୟାନ୍ୟ ଉପକରଣ ଧରି ଦେଶର ତିନୋଟି ବଡ ବନ୍ଦରରେ ପହଞ୍ଚିଛନ୍ତି ।

ନୌସେନାର ପ୍ରବକ୍ତା କମାଣ୍ଡର ବିବେକ ମଧୱାଲଙ୍କ କହିବାନୁସାରେ, ଅପରେସନ୍ ସମୁଦ୍ର ସେତୁ ଅଧୀନରେ ଯୁଦ୍ଧପୋତ କତର୍, କୁଏତ୍ ଏବଂ ସିଙ୍ଗାପୁରରୁ ୪ଟି ଲିକ୍ୱିଡ୍ ଅକ୍ସିଜେନ୍ କଣ୍ଟେନର୍ (ମୋଟ କ୍ଷମତା ୨୭ ମେଟ୍ରିକ୍ ଟନ୍), ୮ଟି ଅକ୍ସିଜେନ୍ କଣ୍ଟେନର୍ (କ୍ଷମତା ୨୦ ଏମଟି), ୯୦୦ଟି ଭର୍ତ୍ତି ଅକ୍ସିଜେନ୍ ସିଲିଣ୍ଡର୍, ୩୧୫୦ ଖାଲି ସିଲିଣ୍ଡର୍ ଏବଂ ୧୦ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ସହିତ ଅନେକ ମାତ୍ରାରେ ମେଡିକାଲ୍ ବ୍ୟବହୃତ ଜିନିଷ ଆଣି ପହଞ୍ଚିଛି । ଏଥିମଧ୍ୟରୁ ଦୁଇଟି ଭାରତର ଦୁଇଟି ବଡ ବନ୍ଦରରେ ପହଞ୍ଚିସାରିଛି ଏବଂ ଆରଟି ସଂଧ୍ୟା ଭିତରେ ପହଞ୍ଚିଯିବ ।

ନୌସେନାର ସୁଚନା ଅନୁଯାୟୀ, ଆଇଏନଏସ୍ ଏରାୱତ ଯୁଦ୍ଧପୋତ ଆଜି ସକାଳ ସମୟରେ ସିଙ୍ଗାପୁରରୁ ଆନ୍ଧ୍ର-ପ୍ରଦେଶର ବିଶାଖାପଟନମ୍ ପୋର୍ଟରେ ଆଠଟି ଖାଲି କ୍ରୟୋଜେନିକ୍ ଅକ୍ସିଜେନ୍ କଣ୍ଟେନର୍, ୩୧୫୦ ଖାଲି ସିଲିଣ୍ଡର୍, ୫୦୦ଟି ଭର୍ତ୍ତି ଅକ୍ସିଜେନ୍ ସିଲିଣ୍ଡର୍ ଏବଂ ୧୦ହଜାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ପହଞ୍ଚିଛି । ଏଥିସହିତ ଆଇଏନଏସ୍ ତ୍ରିଖଣ୍ଡ ମଧ୍ୟ ଫ୍ରାନ୍ସ ସାହଯ୍ୟରେ କତାରରୁ ୨୭ ମେଟ୍ରିକ୍ ଟନ୍ ର ଭର୍ତ୍ତି ହୋଇଥିବା ଅକ୍ସିଜେନ୍ କଣ୍ଟେନର୍ ନେଇ ପହଞ୍ଚିଛି ।

ସେହିପରି ଆଇଏନଏସ୍ କୋଲକାତା ଯୁଦ୍ଧପୋତ ମଧ୍ୟ ଆଜି କତାର ଏବଂ କୁଏତ୍ ରୁ ଜରୁରୀ ଚିକିତ୍ସା ସମ୍ପର୍କିତ ଉପକରଣ ଧରି କର୍ଣ୍ଣାଟକର ମଙ୍ଗଲୌର ବନ୍ଦରରେ ପହଞ୍ଚିବ । ଏଥିରେ ୨୭ ମେଟ୍ରିକ୍ ଟନ୍ ର ଭର୍ତ୍ତି ହୋଇଥିବା ଅକ୍ସିଜେନ୍ କଣ୍ଟେନର୍, ୪୦୦ଟି ଭର୍ତ୍ତି ଅକ୍ସିଜେନ୍ ସିଲିଣ୍ଡର୍ ଏବଂ ୪୭ ଅକ୍ସିଜେନ୍ କନସେନଟ୍ରେଟର୍ ରହିଛି ।

Get real time updates directly on you device, subscribe now.