ଗ୍ରାଜୁଏଟ୍‌ମାନଙ୍କ ପାଇଁ ସୁଯୋଗ! LIC HFLରେ ଜୁନିୟର ଆସିଷ୍ଟାଣ୍ଟ ନିଯୁକ୍ତି, ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ

ଗ୍ରାଜୁଏଟ୍ ଯୁବକଯୁବତୀଙ୍କ ପାଇଁ LIC HFL ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଏପ୍ରିଲ୍ ୩୦ ତାରିଖ ମଧ୍ୟରେ ଅନଲାଇନ୍ ୱେବସାଇଟ୍ www.lichousing.com କୁ ଯାଇ ଆବେଦନ କରିପାରିବେ।

LIC HFL Recruitment 2026 : ଗ୍ରାଜୁଏଟ୍‌ମାନଙ୍କ ପାଇଁ ଏକ ବଡ଼ ସୁଯୋଗ! ଯଦି ଆପଣ ଶିକ୍ଷାଗତ ଯୋଗ୍ୟତା ହାସଲ କରି ସାରିଛନ୍ତି ଏବଂ ଏକ ଭଲ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। LIC ହାଉସିଂ ଫାଇନାନ୍ସ ଲିମିଟେଡ (LIC HFL) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି। ଆଗ୍ରହୀ ପ୍ରାର୍ଥୀମାନେ ଯଥାଶୀଘ୍ର ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପ୍ରାୟ ୧୮୦ଟି ପଦବୀ ପୂରଣ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦେଶର ଯେକୌଣସି ରାଜ୍ୟର ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଅନଲାଇନ୍‌ରେ ଆରମ୍ଭ ହୋଇସାରିଛି, ତେଣୁ ଆପଣ ଘରେ ବସି ନିଜର ଫର୍ମ ପୂରଣ କରିପାରିବେ।

ଯୋଗ୍ୟତା ବିଷୟରେ କହିବାକୁ ଗଲେ, ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ୍ ହୋଇଥିବା ଆବଶ୍ୟକ। ଏହା ସହିତ ଅତିକମରେ ୫୫% ମାର୍କ ରହିବା ଜରୁରୀ। ବୟସ ସୀମା ୨୧ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ ଏବଂ କମ୍ପ୍ୟୁଟରର ପ୍ରାଥମିକ ଜ୍ଞାନ ରହିବା ମଧ୍ୟ ଆବଶ୍ୟକ ବୋଲି କୁହାଯାଇଛି।

ଯଦି ଦରମା କଥା କହିବା, ତେବେ ବାର୍ଷିକ ପ୍ୟାକେଜ୍ ପ୍ରାୟ ୪.୫ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏହା ବ୍ୟତୀତ ପ୍ରତି ମାସରେ ମିଳୁଥିବା ଦରମା ସହିତ ଅନ୍ୟ କିଛି ଭତ୍ତା (Allowances) ମଧ୍ୟ ପ୍ରଦାନ କରାଯିବ।

ଚୟନ ପ୍ରକ୍ରିୟା ଅଧିକ କଷ୍ଟକର ନୁହେଁ। ପ୍ରଥମେ ଅନଲାଇନ୍ ପରୀକ୍ଷା କରାଯିବ ଏବଂ ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ। ଏହି ଦୁଇଟି ପର୍ଯ୍ୟାୟ ସଫଳତାର ସହ ଶେଷ କରିବା ପରେ ହିଁ ଚୂଡ଼ାନ୍ତ ଚୟନ କରାଯିବ।

ଆବେଦନ କରିବା ପାଇଁ ଆପଣଙ୍କୁ LIC ହାଉସିଂ ଫାଇନାନ୍ସ ଲିମିଟେଡର ଅଫିସିଆଲ୍ ୱେବସାଇଟ୍ www.lichousing.com କୁ ଯିବାକୁ ହେବ। ସେଠାରେ “Careers” ସେକ୍ସନକୁ ଯାଇ ଫର୍ମ ପୂରଣ କରନ୍ତୁ, ଆବଶ୍ୟକୀୟ ଦସ୍ତାବେଜ ଅପଲୋଡ କରନ୍ତୁ ଏବଂ ଫର୍ମ ସବମିଟ କରିଦିଅନ୍ତୁ।