fbpx

ଆଇନକୁ ବିରୋଧ; ବେଟ୍ଟେ ମିଡଲରଙ୍କ ଆହ୍ୱାନ, ଦାବି ପୂରଣ ନହେବା ଯାଏଁ ସ୍ୱାମୀ ସହ ରଖନି ଯୌନ ସମ୍ପର୍କ

ନୂଆଦିଲ୍ଲୀ: ଗର୍ଭପାତ ନିରୋଧି ଆଇନକୁ ବିରୋଧ କରିବାକୁ ଯାଇ ଆମେରିକାର ଟେକ୍ସାସ୍ ର ଜଣେ ଗାୟିକା ତଥା ଅଭିନେତ୍ରୀ ବେଟ୍ଟେ ମିଡଲର୍ ମହିଳା ମାନଙ୍କୁ ସେକ୍ସ ଷ୍ଟ୍ରାଇକ୍ କରିବାକୁ ପ୍ରୋତ୍ସାହିତ କରିଛନ୍ତି । ଟେକ୍ସାସ୍ ର ଅତ୍ୟଧିକ ପ୍ରତିବନ୍ଧାତ୍ମକ ନୂତନ ଗର୍ଭପାତ ଆଇନ ବିରୋଧରେ ସେ ଏକ ବିରୋଧ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ଯେ ପର୍ଯ୍ୟନ୍ତ ଏହି ଆଇନ୍ କୁ ପ୍ରତ୍ୟାହାର କରାଯାଇନାହିଁ ସେ ପର୍ଯ୍ୟନ୍ତ ମହିଳା ମାନେ ନିଜର ପୁରୁଷ ବନ୍ଧୁ ତଥା ସେମାନଙ୍କ ସ୍ୱାମୀଙ୍କ ସହିତ ସେକ୍ସ ବା ଯୌନ ସମ୍ବନ୍ଧ ରଖିବେ ନାହିଁ । ଦାବି ମୁତାବକ, ଏହି ନୂତନ ଆଇନ୍ କୁ ପ୍ରତ୍ୟାହାର କରାଯାଉ ଓ ମହିଳା ମାନଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ପ୍ରଜନନ ପାଇଁ ନିଷ୍ପତି ନେବାର ପୂର୍ଣ୍ଣ ଅଧିକାର ଦିଆଯାଉ । ଆଉ ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଏହି ସେକ୍ସ ଷ୍ଟ୍ରାଇକ୍ ଜାରି ରଖିବେ ।

ଅଭିନେତ୍ରୀ ତଥା ଗାୟିକା ବେଟ୍ଟେ ମିଡଲର୍ ଏନେଇ ଏକ ଟୁଇଟ୍ କରି ପ୍ରୋତ୍ସାହିତ କରିଛନ୍ତି । ଏଥିରେ ସେ ନୁତନ ଆଇନ୍ କୁ ସମାଲୋଚନା କରିଛନ୍ତି । ବାସ୍ତବରେ ଏହି ଆଇନ ଅନୁସାରେ, ଯଦି କୌଣସି ମହିଳାଙ୍କର ହୃଦଜନିତ କୌଣସି ପ୍ରକାରର ସମସ୍ୟା ଦେଖାଯାଉଛି ତେବେ ସେମାନେ ଗର୍ଭପାତ କରିପାରିବେ ନାହିଁ । ତେଣୁ ବେଟ୍ଟେ ଟୁଇଟ କରିଛନ୍ତି ଯେ, ମୁଁ ସବୁ ମହିଳାଙ୍କୁ କହିବାକୁ ଚାହୁଁଛି ଯେ ପର୍ଯ୍ୟନ୍ତ ସଂସଦ ପକ୍ଷରୁ ଗର୍ଭପାତକୁ ନେଇ ଉଚିତ୍ ଅଧିକାର ଆମକୁ ମିଳିନାହିଁ ସେ ପର୍ଯ୍ୟନ୍ତ ନିଜ ପୁରୁଷ ବନ୍ଧୁଙ୍କ ସହତି ସେକ୍ସ କରନ୍ତୁ ନାହିଁ ।

ଟେକ୍ସାସ୍ ରେ ଗର୍ଭପାତକୁ ନେଇ ରହିଥିବା ଏହି ଆଇନ୍ ଅଧୀନରେ ଯଦି କୌଣସି ହୃଦ ସମ୍ବନ୍ଧିୟ ସମସ୍ୟା ଦେଖାଦେଉଛି ତେବେ ଗର୍ଭପାତ କରାଇପାରିବେ ନାହିଁ । ତେବେ ଗର୍ଭବତୀ ହେବାର ୬ ମାସରେ ଏହି ଭଳି ହୃଦଘାତ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ମହିଳା ମାନେ ଏହି ସମୟରେ ସମସ୍ୟା ଭୋଗିପାରନ୍ତି । ଟେକ୍ସାସ୍ ର ମହିଳା ମାନଙ୍କ କହିବା କଥା ଯେ, ଅନେକ ସମୟରେ ଦେଖିବାକୁ ମିଳେ ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ମହିଳା ଜାଣିନଥାନ୍ତି ଯେ, ସେମାନେ ଗର୍ଭବତୀ ଅଛନ୍ତି । ତେଣୁ ସେମାନଙ୍କ ଠାରେ ଏହା ଏକ ବଡ଼ ଅସୁବିଧା ଭାବରେ ଠିଆ ହୋଇପାରେ । କାରଣ ଗର୍ଭବତୀ ହେବାର ୬ ମାସ ପରେ ଯଦି ଗର୍ଭପାତ କରାଯାଉଛି ତେବେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ହାନିକାରକ ହୋଇପାରେ ।

Get real time updates directly on you device, subscribe now.