fbpx

କରୋନା ସଂକ୍ରମଣକୁ ନେଇ ନୂଆ ପଦକ୍ଷେପ: ଆଣ୍ଟିଜେନ ଟେଷ୍ଟ ବଢାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ରାଜ୍ୟରେ ୧୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତାରେ ପଡିଛି । ତେଣୁ ସଂକ୍ରମଣ ଅଧିକ ରହୁଥିବା ଅଞ୍ଚଳଗୁଡିକ ପାଇଁ ପଦକ୍ଷେପ ନେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୩ଟି ସହରର ସ୍ଥିତି ଉପରେ ନଜର ରକିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସ୍ଥିତି ଉପରେ ନଜର ରଖାଯାଇଥିବା ପ୍ରକାଶ କରିଛନ୍ତି ସ୍ୱସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ ରାଜ୍ୟରେ ଆଲାରାମିଙ୍ଗ ସ୍ଥିତି ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଥିବା ଦର୍ଶାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ରଥଯାତ୍ରା ସମୟରେ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦେବା ସହ ୫୦ ହଜାର ରାପିଡ ଆଣ୍ଟିଜେନ ଟେଷ୍ଟ ବଢାଯିବା ନେଇ ସେ ଘୋଷଣା କରିଛନ୍ତି । ଆଣ୍ଟିଜେନ ଟେଷ୍ଟ ସହ ଟୀକାକରଣ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦର୍ଶନ ପରେ ଭିଡ ନକରି ଅନ୍ୟକୁ ଜାଗା ଦେବାକୁ ଭକ୍ତମାନଙ୍କୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେପଟେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଲୋ ପ୍ରୋଗ୍ରେସରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପୂର୍ବରୁ ଏହି ସଂକ୍ରମଣ ୫୦ ଭିତରେ ରହିଥିବା ବେଳେ ଆଜି ଏହି ସଂଖ୍ୟା ୧୦୦ ପାର କରିଛି । ତେବେ ଆଗକୁ ଯେପରି ଟ୍ରାନ୍ସମିଶନ ନ ହେବ ସେ ନେଇ ଗୁରୁତ୍ୱ ଦିଆଯାଉଛି । ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭିଡରୁ ଦୂରେଇ ରହିବା ସହିତ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଘରେ ଟେଷ୍ଟିଂ କରାଯାଉଥିବାରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.