fbpx

ବାପା ନାଁରେ କଳଙ୍କ ! ଶାଳୀକୁ ବାହାହେବା ପାଇଁ ମୃତ୍ୟୁର ତାଣ୍ଡବ, ନିଜର ୪ ଝିଅଙ୍କ ସହ…

ବାଡ଼ମେର: ଶାଳୀକୁ ବାହା ହେବାକୁ ଯାଇ ବାପା ନାଁରେ କଳଙ୍ଗ ବୋଳିଛି ଜଣେ ବ୍ୟକ୍ତି । ରାଜସ୍ଥାନର ବାଡ଼ମେରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ୪ ଝିଅଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି । ଏହା ପରେ ସେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, ମାତ୍ର ତାଙ୍କ ଜୀବନ ବଞ୍ଚିଯାଇଛି । ଘଟଣାର ପ୍ରଘଟ ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

ରିପୋର୍ଟ ମୁତାବକ, ୩ ମାସ ପୂର୍ବରୁ କରୋନା କାରଣରୁ ଅଭିଯୁକ୍ତର ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ଯାହାଫଳରେ ତାଙ୍କ ବାପଘର ଲୋକେ ତାଙ୍କ ୪ ଝିଅଙ୍କୁ ନିଜ ପାଖକୁ ନେଇଥିଲେ । ଏହି କାରଣରୁ ସେ ଅଧିକ ଡିପ୍ରେସନରେ ରହିବାକୁ ଲାଗିଲା । ଶାଳୀ ସହ ଭିଣୋଇର ବାହାଘର କରିବା ପାଇଁ କେହି ଜଣେ ପ୍ରସ୍ତାବ ରଖିଥିଲେ । କିନ୍ତୁ ଶଶୁର ଘର ଲୋକେ ଏହି ବାହାଘରକୁ ରୋକଠୋକ୍ ମନା କରିଦେଲେ ।

ଏହା ପରେ ଅଭିଯୁକ୍ତ ନିଜ ୪ ଝିଅଙ୍କୁ ଶଶୁର ଘରୁ ନେଇଆସିଥିଲା । ବିଳମ୍ବିତ ରାତିରେ ସମସ୍ତ ଝିଅଙ୍କୁ ବିଷ ଦେଇଥିଲା ଅଭିଯୁକ୍ତ ବାପା । ଝିଅମାନେ ବେହୋସ୍ ହେବା ପରେ ସମସ୍ତଙ୍କୁ ଏକ ପାଣିଟାଙ୍କିରେ ଭର୍ତ୍ତି କରିଥିଲା । ଏହା ପରେ ଅଭିଯୁକ୍ତ ନିଜେ ବି ବିଷ ପିଇଦେଇଥିଲା । କିନ୍ତୁ ଠିକ୍ ସମୟରେ ବ୍ୟକ୍ତିକୁ ମେଡିକାଲ ଆଣିବାକୁ ତାର ଜୀବନ ବଞ୍ଚିଗଲା । ଅଭିଯୁକ୍ତ ବି ପୋଲିସ ଆଗରେ ନିଜର ଦୋଷ ସ୍ୱୀକାର କରିଛି । ଅନ୍ୟପଟେ ପୋଷ୍ଟମର୍ଟମ କରି ଝିଅମାନଙ୍କ ଶବକୁ ତାଙ୍କ ସମ୍ପର୍କୀୟଙ୍କୁ ଦିଆଯାଇଛି ।

Get real time updates directly on you device, subscribe now.