OTET 2025 Exam: ଡିସେମ୍ବର 17ରେ OTET ପରୀକ୍ଷା, ଆସନ୍ତାକାଲିଠାରୁ ଅନଲାଇନ୍ ଆବେଦନ ଆରମ୍ଭ
ଡିସେମ୍ବର 17ରେ OTET ପରୀକ୍ଷା । ଆସନ୍ତାକାଲିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ।
କଟକ: ଆସନ୍ତା ଡିସେମ୍ବର 17ରେ OTET ପରୀକ୍ଷା । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଓଡ଼ିଶା ଆଜି ସୂଚନା ଦେଇଛି ।
ଓଡ଼ିଶା OTET ୨୦୨୫ ପରୀକ୍ଷା ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି ଓଡିଶା (BSE), ଏବଂ ଡିସେମ୍ବର ୧୭ (ବୁଧବାର) ଦୁଇଟି ସିଫ୍ଟରେ ଯୋଗ୍ୟ ପ୍ରାର୍ଥୀମାନେ ପରୀକ୍ଷା ଦେବେ ।
ବୋର୍ଡ ଅନୁଯାୟୀ, ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତାକାଲିଠାରୁ କେବଳ www.bseodisha.ac.in ରେ ଅନଲାଇନରେ ଆବେଦନ କରିପାରିବେ ଏବଂ OTET 2025 ଫର୍ମ ପୂରଣ ନଭେମ୍ବର 25 ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ।
ଅନଲାଇନ୍ ପଞ୍ଜୀକରଣ ପାଇଁ ପର୍ଯ୍ୟାୟକ୍ରମେ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପ୍ରଯୁଜ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ ସମ୍ବଳିତ ନିର୍ଦ୍ଦେଶାବଳୀ, ପାଠ୍ୟକ୍ରମ ବା ସିଲାବସ ଏବଂ ଏହାର ଷ୍ଟ୍ରକ୍ଚର ଏବଂ କଣ୍ଟିନ୍ୟୁଟି ସାର୍ଟିଫିକେଟ ପାଇଁ ଫର୍ମାଟ୍ ୱେବସାଇଟ୍ (www.bseodisha.ac.in) ରେ ଉପଲବ୍ଧ।
OTET ପରୀକ୍ଷା ଆଡମିଟ କାର୍ଡ ଡିସେମ୍ବର 10 ତାରିଖରୁ ଉପଲବ୍ଧ ହେବ ଏବଂ ପରୀକ୍ଷା ଡିସେମ୍ବର 17 ତାରିଖ ଦୁଇଟି ସିଫ୍ଟରେ (ପେପର-1 ସକାଳ 9 ଟାରୁ 11.30 ଟା ଏବଂ ପେପର-2 ଅପରାହ୍ନ 2 ଟାରୁ 4.30 ଟା ପର୍ଯ୍ୟନ୍ତ) ଅନୁଷ୍ଠିତ ହେବ।
