ପ୍ରକାଶ ପାଇଲା OTET-2025 ପରୀକ୍ଷାଫଳ; 1,06,041 ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ, ଏମିତି କରନ୍ତୁ ନିଜ ରେଜଲ୍ଟ ଚେକ୍
ଜାରି ହେଲା OTET-2025 ପରୀକ୍ଷାଫଳ । ଏମିତି କରନ୍ତୁ ନିଜ ରେଜଲ୍ଟ ଚେକ୍
ଭୁବନେଶ୍ବର: ଅପେକ୍ଷାର ହେଲା ଅନ୍ତ । ପ୍ରକାଶ ପାଇଲା OTET-2025 ରେଜଲ୍ଟ । 2025 ଡିସେମ୍ବର 25 ତାରିଖ ପରୀକ୍ଷା ହୋଇଥିବା ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ର ରେଜଲ୍ଟ ଘୋଷଣା କରାଯାଇଛି।
। ପେପର-1ରେ 45 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ 32 ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ପେପର-2ରେ 1 ଲକ୍ଷ 8 ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ 73 ହଜାର 954 ଉତ୍ତୀର୍ଣ୍ଣ ହୋଇଛନ୍ତି ।
ପେପର-1 ଓ ପେପର-2 ଦୁଇଟି ପେପରକୁ ମିଶାଇ ମୋଟ 1 ଲକ୍ଷ 6 ହଜାର 41 ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି।
କିପରି ଚେକ୍ କରିବେ ରେଜଲ୍ଟ?
ପରୀକ୍ଷାର୍ଥୀମାନେ ନିଜ ରେଜଲ୍ଟ ଯାଞ୍ଚ ପାଇଁ ବୋର୍ଡର ଅଧିକୃତ ୱେବସାଇଟ୍ www.bseodisha.ac.in କୁ ଯାଇ ପାରିବେ। ସେଠାରେ OTET-2025 Result ଲିଙ୍କରେ କ୍ଲିକ୍ କରି ନିଜର ରୋଲ୍ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ରେଜଲ୍ଟ ଡାଉନଲୋଡ୍ କରିପାରିବେ।
