ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଘୁଞ୍ଚିଲା OTET ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ Exam, ଦୁର କରନ୍ତୁ ଆଡମିଟ୍ କାର୍ଡ ଦ୍ଵନ୍ଦ

ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଘୁଞ୍ଚିଲା OTET ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ Exam

OTET Exam: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ପୂର୍ବରୁ ଜୁନ୍ ୨୮ ତାରିଖରେ ହେବାକୁ ଥିବା ଏହି ପରୀକ୍ଷାକୁ ବର୍ତ୍ତମାନ ଘୁଞ୍ଚାଇ ଦିଆଯାଇଛି। ନୂତନ ବିଜ୍ଞପ୍ତି ଅନୁଯାୟୀ, ଏହି ପରୀକ୍ଷା ଆସନ୍ତା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ।

କାହିଁକି ଘୁଞ୍ଚିଲା ପରୀକ୍ଷା ତାରିଖ?

ଜୁନ୍ ୨୮ ତାରିଖରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଆର୍‌ଆଇ ଏବଂ ଅମିନ ପଦବୀ ପାଇଁ ମଧ୍ୟ ପରୀକ୍ଷା ଧାର୍ଯ୍ୟ ହୋଇଥିଲା। ଏକା ସାଙ୍ଗରେ ଦୁଇଟି ବଡ଼ ପରୀକ୍ଷା ପଡୁଥିବାରୁ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ତୀବ୍ର ଦ୍ୱନ୍ଦ୍ୱ ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଅନେକ ଛାତ୍ରଛାତ୍ରୀ ଦୁଇଟିଯାକ ପରୀକ୍ଷା ପାଇଁ ଆବେଦନ କରିଥିବାରୁ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ OTET ପରୀକ୍ଷାକୁ ଜୁଲାଇ ୫ ତାରିଖକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।

ପରୀକ୍ଷା ସୂଚୀ ଓ ସମୟ

ଜୁଲାଇ ୫ ତାରିଖରେ ହେବାକୁ ଥିବା ପରୀକ୍ଷା ଦୁଇଟି ସିଟିଂ ବା ପେପରରେ ଅନୁଷ୍ଠିତ ହେବ:

ପେପର-୧: ସକାଳ ୯:୦୦ ଟାରୁ ମଧ୍ୟାହ୍ନ ୧୧:୩୦ ଟା ପର୍ଯ୍ୟନ୍ତ।

ପେପର-୨: ଅପରାହ୍ନ ୨:୦୦ ଟାରୁ ସନ୍ଧ୍ୟା ୪:୩୦ ଟା ପର୍ଯ୍ୟନ୍ତ।

ଆଡମିଟ୍ କାର୍ଡ ପାଇଁ ଜରୁରୀ ନିର୍ଦ୍ଦେଶନାମା

ଯେଉଁ ପରୀକ୍ଷାର୍ଥୀମାନେ ପୂର୍ବରୁ ହିଁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଛନ୍ତି, ସେମାନଙ୍କୁ ଆଉଥରେ ଡାଉନଲୋଡ୍ କରିବାକୁ ବାରଣ କରାଯାଇଛି। ପୂର୍ବ ଆଡମିଟ୍ କାର୍ଡ ହିଁ ପରୀକ୍ଷା କେନ୍ଦ୍ରରେ ବୈଧ ବୋଲି ଗ୍ରହଣ କରାଯିବ।