fbpx

OTET ଆବେଦନ ତାରିଖ ବୃଦ୍ଧି , ଅକ୍ଟୋବର ୨୬ ପର୍ଯ୍ୟନ୍ତ କରିପାରିବେ ..

ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ( ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଧାର୍ଯ୍ଯ ହୋଇଥିବା ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ୧୯ ତାରିଖ ଧାର୍ଯ୍ଯ କରାଯାଇଥିଲା। ବର୍ତ୍ତମାନ ଧାର୍ଯ୍ଯ ତାରିଖରେ ବୃଦ୍ଧା କରାଯାଇ ଅକ୍ଟୋବର ୨୬ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ଯନ୍ତ ରଖାଯାଇଛି। www.bseodisha.ac.in ୱେବସାଇଟରେ ଏଥିପାଇଁ ଆବେଦନ କରିବାକୁ ବୋର୍ଡ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟି ପାସ କରିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।

ସୂଚାନମୂତାବକ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) -୨୦୨୨ର ଦ୍ୱିତୀୟ ପରୀକ୍ଷା ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ଵାରା ପରିଚାଳିତ ଏହି ପରୀକ୍ଷା ନିମନ୍ତେ ଆସନ୍ତା ୧୦ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ ପ୍ରକ୍ରିୟା ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଏବେ ଏହି ଅବଧି କୁ ବଢ଼େଇ ଦିଆ ଯାଇଛି । ଏଥିରେ ଦୁଇଟି ପେପର୍‌ରେ ପରୀକ୍ଷାର୍ଥୀମାନେ ପରୀକ୍ଷାଦେବେ । ପେପର- ୧ରେ ୧୫୦ ମାର୍କ ରହିଥିବାବେଳେ ପେପର୍‌-୨ରେ ୯୦ ମାର୍କ ରହିଛି । ଉକ୍ତ ପେପରଗୁଡ଼ିକରେ ପରୀକ୍ଷାର୍ଥୀମାନେ ପରୀକ୍ଷାଦେବା ବାଧ୍ୟତାମୂଳକ କରାଯାଇଛି ।

ସେହିଭଳି ୬୦ ମାର୍କ ବିଶିଷ୍ଟ ଇଚ୍ଛାଧୀନ ପେପର୍ ମଧ୍ୟ ରହିଛି । ପରୀକ୍ଷାର୍ଥୀମାନେ ଗଣିତ ଓ ବିଜ୍ଞାନ କିମ୍ବା ସୋସିଆଲ୍ ଷ୍ଟଡିଜ୍ ବିଷୟରେ ପରୀକ୍ଷା ଦେଇପାରିବେ । ଏଥିରେ ବହୁ ବିକଳ୍ପ ପ୍ରଶ୍ନଉତ୍ତର (ଏମ୍‌ସିକ୍ୟୁ) ପଦ୍ଧତିରେ ପ୍ରଶ୍ନପତ୍ର ରହିବ। ଏନେଇ ବୋର୍ଡ ୱେବ୍‌ସାଇଟ୍‌ରେ ପରୀକ୍ଷା ସମ୍ପର୍କିତ ସିଲାବସ୍ ଏବଂ ପଦ୍ଧତି ବିଷୟରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌ସାଇଟ୍‌ରେ ଚେକ କରି ଅନ୍ୟ ସୂଚନା ପାଇ ପାରିବେ ।

Get real time updates directly on you device, subscribe now.