ରକ୍ତରେ ଭିଜିଲା ପ୍ରେମ ସମ୍ପର୍କ; ପ୍ରେମିକାର ବେକ କାଟିଲେ, ତା’ପରେ ନିଜ ବେକ କାଟିଲେ

ଉଭୟଙ୍କ ପ୍ରେମ ସମ୍ପର୍କ ୩ ବର୍ଷର ଥିଲା। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିଲେ। ହେଲେ ଉଭୟଙ୍କ ଘର ଗୋଟିଏ ଗାଁ ହୋଇଥିବାରୁ ପରିବାର ଲୋକେ ରାଜି ହୋଇନଥିଲେ

ଭୋପାଳ: ନିଶାର୍ଦ୍ଧ ରାତି। ପୂରା ଦୁନିଆ ଶୋଇ ଥିଲା। ଗୋଟିଏ ଘର ଭିତରେ ପ୍ରେମିକା, ତାଙ୍କର ଦୁଇ ଭାଇ, ପୋଲିସ ଶୋଇଥିଲେ। ହେଲେ ପ୍ରେମିକଙ୍କୁ ନିଦ ହେଉନଥିଲା। ତେଣୁ ସେ ପ୍ରେମିକାଙ୍କ ପାଖକୁ ଗଲେ। ତାଙ୍କ ମୁଣ୍ଡକୁ ନିଜ କୋଳରେ ରଖି ତାଙ୍କ ବେକକୁ କାଟି ଦେଇଥିଲେ। ତା’ପରେ ନିଜ ବେକ କାଟି ଦେଇଥିଲେ। ଏପରି ବୀଭତ୍ସ ଓ ଲୋମ ଟାଙ୍କୁରା ଦୃଶ୍ୟ ଗୁଜରାଟରେ ଘଟିଛି।

ମଧ୍ୟପ୍ରଦେଶ ପିପରସମା ଗାଁର ସନ୍ତୋଷ ଜାଟକ ପେଶାରେ ଜଣେ ବିଲ୍‌ଡର ଥିଲେ। ସେ ତାଙ୍କ ଗାଁ ବ୍ରଜଲାଲ ଧକଡ଼ଙ୍କ ଘର ନିର୍ମାଣ କରୁଥିଲେ। ସେହି ସମୟରେ ସେ ବ୍ରଜଲାଲଙ୍କ ୨୧ ବର୍ଷିୟା ଝିଅ ରଜନୀଙ୍କୁ ଭଲ ପାଇଥିଲେ।

ଉଭୟଙ୍କ ପ୍ରେମ ସମ୍ପର୍କ ୩ ବର୍ଷର ଥିଲା। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିଲେ। ହେଲେ ଉଭୟଙ୍କ ଘର ଗୋଟିଏ ଗାଁ ହୋଇଥିବାରୁ ପରିବାର ଲୋକେ ରାଜି ହୋଇନଥିଲେ। ଯାହାକୁ ନେଇ ଉଭୟ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ଘର ଛାଡ଼ି ପଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

ଜୁନ୍ ୭ ତାରିଖରେ ସନ୍ତୋଷ ଓ ରଜନୀ କାହାକୁ କିଛି ନକରି ଘରୁ ପଳାଇ ଯାଇଥିଲେ। ସେମାନେ ଗୁଜରାଜର ରାଜକୋଟ ପଳାଇ ଯାଇଥିଲେ। ସେଠାରେ ଘର ଭଡ଼ା ନେଇ ରହୁଥିଲେ। ଅନ୍ୟପକ୍ଷରେ ବଢ଼ିଲା ଝିଅ ଘରେ ନଥିବାରୁ ବାପା ବ୍ରିଜଲାଲଙ୍କ ଟେନ୍‌ସନ ବଢ଼ି ଯାଇଥିଲା। ତେଣୁ ସେ ଶିବପୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଲା ସନ୍ତୋଷ ଓ ରଜନୀ ରାଜକୋଟରେ ଅଛନ୍ତି। ତେଣୁ ଜୁନ୍ ୧୦ ତାରିଖରେ ପରିବାର ଲୋକ ଓ ପୋଲିସ ଏକ କାର୍‌ରେ ରଜନୀଙ୍କୁ ଉଦ୍ଧାର ପାଇଁ ଗଲେ। ଜୁନ୍ ୧୧ ତାରିଖ ଦ୍ୱିପ୍ରହରରେ ସେମାନେ ରାଜକୋଟ୍‌ର ଶାପରରେ ପହଞ୍ଚି ଥିଲେ। ସେଠାରୁ ରଜନୀ ଓ ସନ୍ତୋଷଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ଦିନ ସାରା ଥକି ଯାଇଥିବାରୁ ପୂରା ଟିମ୍ ଜୁନ୍ ୧୧ ତାରିଖ ରାତିରେ ଗାନ୍ଧୀନଗର ହାଇୱେରେ ଏକ ହୋଟେଲରେ ବିଶ୍ରାମ ନେଇଥିଲେ। ଗୋଟିଏ ବିଛଣାରେ ରଜନୀଙ୍କ ଭାଇ ଭାଇ ପ୍ରବେନ୍ଦ୍ର, ନୀରଜ ଓ କନଷ୍ଟେବଳ ବଦନସିଂହ ଶୋଇଥିବା ବେଳେ ଅନ୍ୟ ଏକ ବିଛଣାରେ ହେଡ୍ କନଷ୍ଟେବଳ ଦୀପଚନ୍ଦ ଶୋଇଥିଲେ। ରଜନୀ ତଳେ ଗଦି ପକାଇ ଶୋଇଥିଲେ।

ସନ୍ତୋଷ ଦୁଇଟି ବିଛଣା ମଝିରେ ଥିବା ଖାଲି ଜାଗାରେ ଶୋଇଥିଲେ। କୋଠରୀର ଲାଇଟ୍ ବନ୍ଦ କରିଦିଆଯାଇଥିଲା। କ୍ଲାନ୍ତ ଯୋଗୁଁ ସମସ୍ତେ ଗଭୀର ନିଦ୍ରାରେ ଶୋଇପଡ଼ିଲେ। କିନ୍ତୁ ସନ୍ତୋଷଙ୍କ ଆଖିରେ ନିଦ ନଥିଲା।

ଜୁନ୍ ୧୨ ତାରିଖ ମଧ୍ୟରାତ୍ରି ୧୨ଟାରୁ ସାଢ଼େ ୨ଟା ହେବ। ସନ୍ତୋଷ ନିଜ ପାଖରେ ଲୁଚାଇ ରଖିଥିବା ଛୁରୀରେ ତଳେ ରଜନୀଙ୍କ ମୁଣ୍ଡକୁ ନିଜ କୋଳରେ ରଖି ବେକ କାଟି ଦେଇଥିଲେ। ପ୍ରେମିକାର ଶ୍ୱାସକ୍ରିୟା ବନ୍ଦ ହେବା ପରେ ସନ୍ତୋଷ ସେହି ରକ୍ତଭିଜା ଛୁରୀରେ ନିଜ ବେକ କାଟିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଆତ୍ମହତ୍ୟା ଉଦ୍ୟମ କରିଥିଲା।

ସେହି ସମୟରେ ହେଡ୍ କନଷ୍ଟେବଳ ଦୀପଚନ୍ଦଙ୍କ ନିଦ ଭାଙ୍ଗି ଯାଇଥିଲା। ସେ କୋଠରୀର ଦୃଶ୍ୟ ଦେଖି ଆବାକ ହୋଇଯାଇଥିଲେ। ଚିତ୍କାର କରି ସମସ୍ତଙ୍କୁ ଜଗାଇ ଥିଲେ। ରଜନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସନ୍ତୋଷର କୋଳରେ ପଡ଼ିଥିଲା। ସନ୍ତୋଷ ମଧ୍ୟ ବେକରୁ ରକ୍ତ ବହୁଥିଲା। ହାତରେ ଛୁରୀ ଧରିଥିଲେ।

ହୋଟେଲ କୋଠରୀରେ ଘଟିଥିବା ଏହି ଅତି ସାଂଘାତିକ ହତ୍ୟାକାଣ୍ଡ ପରେ ହୋଟେଲ ମ୍ୟାନେଜରଙ୍କୁ ସୂଚନା ଦିଆଯାଇଥିଲା। ପୋଲିସକୁ ଖବର ଦେବା ସହିତ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ଗାନ୍ଧୀନଗର ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଅହମ୍ମଦାବାଦ ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛି।