fbpx

ବିଏମସି ଅଞ୍ଚଳକୁ ବାହାର ଶ୍ରମିକଙ୍କୁ ନାହିଁ ଅନୁମତି

ଭୁବନେଶ୍ୱର, ୩ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରେଦିନକୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଭୁବନେଶ୍ୱରରୁ ୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏମସି ଅଞ୍ଚଳକୁ ଅନ୍ୟ ରାଜ୍ୟରୁ ଶ୍ରମିକ ଆଣିବାକୁ ଅନୁମତି ନାହିଁ । ଜୁଲାଇ ୩୧ ପର୍ଯ୍ୟନ୍ତ ଏନେଇ କଟକଣା ଜାରି କରିଛି ବିଏମସି । ଯଦି ବାହାରୁ ଶ୍ରମିକ ଆଣୁଛନ୍ତି ତେବେ ୧୪ଦିନ ସଙ୍ଗରୋଧରେ ସେମାନେ ରହିବେ । ସମ୍ପୃକ୍ତ ଶିଳ୍ପସଂସ୍ଥା ନିଜ ଖର୍ଚ୍ଚରେ ଶ୍ରମିକଙ୍କ କୋଭିଡ଼ ପରୀକ୍ଷା କରାଇବେ । ଏହାସହ ରାଜ୍ୟର ହଟସ୍ପଟ ଜିଲ୍ଲାରୁ ଶ୍ରିମକ ନଆଣିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ହସ୍ପିଟାଲମାନଙ୍କ ପାଇଁ ବିଏମସି ପକ୍ଷରୁ ନୂଆ ଆଡ଼ଭାଇଜରି ଜାରି ହୋଇଛି । ଏଣିକି ହଟସ୍ପଟ ଅଞ୍ଚଳରୁ ଆସିଲେ ରୋଗୀଙ୍କୁ ଅଧିକ ଧ୍ୟାନ ଦିଆଯିବ । ହୋମ୍ କ୍ୱାରେଣ୍ଟିନ ନିୟମ ଭାଙ୍ଗିଲେ ସଙ୍ଗରୋଧ କେନ୍ଦ୍ରକୁ ନିଆଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୫୫୦୨ଜଣ ସୁସ୍ଥ ହୋଇଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୨୫୬୭ ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ।

Get real time updates directly on you device, subscribe now.