fbpx

ଏଥର ବିନା ଆବାସିକ ପ୍ରମାଣପତ୍ର ଦେଇ ଆପଣ କରି ପାରିବେ ମତଦାନ

ଶ୍ରୀନଗର:ଚଳିତବର୍ଷ ଜମ୍ମୁ କାଶ୍ମୀର ରେ ବିଧାନ ସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ତେବେ ନିର୍ବାଚନ ପୂର୍ବରୁ ହିଁ ନିର୍ବାଚନ ଆୟୋଗ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ କାଶ୍ମୀର ର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେଉଁମାନେ କାଶ୍ମୀର ବାସିନ୍ଦା ନୁହଁନ୍ତି ସେମାନେ ଭୋଟର ଲିଷ୍ଟରେ ତାଙ୍କ ନାମ ସାମିଲ କରି ନିଜର ଭୋଟ ଦେଇ ପାରିବେ । ଏହା ପାଇଁ ତାଙ୍କୁ କୌଣସି ଆବାସିକ ପ୍ରମାଣପତ୍ର ଦେଖେଇବାର ଆବଶ୍ୟକତା ନାହିଁ । ଏହା ସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଜମ୍ମୁ କାଶ୍ମୀର ସୁରକ୍ଷାରେ ନିୟୋଜିତ ସୁରକ୍ଷା ବାହିନୀର କର୍ମଚାରୀ ମାନେ ମଧ୍ୟ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭକ୍ତ କରିପାରିବେ ।ଏହା ସହିତ ପାଖାପାଖି ୨୫ଳକ୍ଷରୁ ଅଧିକ ନୂତନ ଭୋଟ ମାନଙ୍କ ତାଲିକା ଭୋଟର ଲିଷ୍ଟରେ ଯୋଗ ହେବ ବୋଲି ସେ ଆଶା କରୁଥିବାର କହିଛନ୍ତି ।

ସୂଚନାନୁସାରେ  ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ଏକ ସ୍ୱତନ୍ତ୍ର ସଂଶୋଧନ କରାଯାଉଛି ବୋଲି ଶ୍ରୀଦେବ କୁମାର କହିଛନ୍ତି।  ଏଭଳି ପରିସ୍ଥିତିରେ ଏଥର ଏକ ବଡ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।  କେବଳ ଏତିକି ନୁହେଁ, ତିନି ବର୍ଷ ମଧ୍ୟରେ ବହୁ ସଂଖ୍ୟକ ଯୁବକ ୧୮ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିଲେ।

ସେ କହିଛନ୍ତି ଯେ ସେପ୍ଟେମ୍ବର ୧୫ ରୁ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ ହେବ।  ଏହା ୨୫ ଅକ୍ଟୋବର ପର୍ୟ୍ୟନ୍ତ ଚାଲିବ।  ତେବେ ନଭେମ୍ବର ୧୦ ସୁଦ୍ଧା ଦାବି ଏବଂ ଆପତ୍ତି ସମାଧାନ ହେବ।  ଶ୍ରୀଦେବ କୁମାରଙ୍କ ଅନୁଯାୟୀ, ଜାମ୍ମୁ କାଶ୍ମୀରରେ ୧୮ ବର୍ଷରୁ ଅଧିକ ୯୮ ଲକ୍ଷ ଲୋକ ଥିବାବେଳେ ଅନ୍ତିମ ଭୋଟର ତାଲିକାରେ ତାଲିକାଭୁକ୍ତ ମୋଟ ଭୋଟରଙ୍କ ସଂଖ୍ୟା ୭୬ ଲକ୍ଷ ଅଟେ।

Get real time updates directly on you device, subscribe now.