ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍, ଯୋଡ଼ି ହେଲେ ନୂଆ ହିତାଧିକାରୀ, କଟିଲା ଏମାନଙ୍କ ନାମ, ଏହି ଦିନ ଖାତାକୁ ଆସିବ ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍, ଯୋଡ଼ି ହେଲେ ନୂଆ ହିତାଧିକାରୀ, କଟିଲା ଏମାନଙ୍କ ନାମ

Subhadra Scheme: ରାଜ୍ୟ ସରକାରଙ୍କ ଫ୍ଲାଗସିପ୍‌ ସ୍କିମ୍‌ ସୁଭଦ୍ରା ଯୋଜନାରେ ୪ର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସେହିଭଳି ୪ର୍ଥ କିସ୍ତି ପାଇନଥିବା ୧ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଭେରିଫିକେସନ ପରେ ଗତ ମେ ୪ ତାରିଖରେ ଆସିଛି ସୁଭଦ୍ରା ଟଙ୍କା । ଏବେ ୫ମ କିସ୍ତିକୁ ଅପେକ୍ଷା କରିଛନ୍ତି ମହିଳା ।

ଏହାରି ଭିତରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ଲୋକପ୍ରିୟ ‘ସୁଭଦ୍ରା ଯୋଜନା’କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହି ଯୋଜନାରେ ସାମିଲ ହେବା ପାଇଁ ଆଉ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି । ନୂଆ ଆବେଦନକାରୀଙ୍କ ସ୍ଥିତି ଏବଂ ଯୋଜନାର ପ୍ରଗତି ସମ୍ପର୍କରେ ସମୀକ୍ଷା କରିବା ପରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି । ଏହା ସହିତ ନୂଆ ଆବେଦନକାରୀଙ୍କ ଯୋଗ୍ୟତା ଯାଞ୍ଚ ପାଇଁ ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ସମସ୍ତଙ୍କର ଫିଲ୍ଡ ଇନକ୍ବାରୀ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କାହିଁକି ଅଟକିଛି କିଛି ଆବେଦନକାରୀଙ୍କ ଟଙ୍କା?

ସମୀକ୍ଷା ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ଅନେକ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ସମସ୍ୟା ଯୋଗୁଁ ପ୍ରକ୍ରିୟାରେ ସାମାନ୍ୟ ବିଳମ୍ବ ଦେଖାଦେଇଛି । ପ୍ରାୟ ୮୨ ହଜାର ୩୬ ଜଣ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିବିଟି ଆକ୍ଟିଭ୍ ନାହିଁ ।

Uttarakhand Govt.

ସେମାନଙ୍କୁ ଯଥାଶୀଘ୍ର ନିଜ ବ୍ୟାଙ୍କକୁ ଯାଇ ଡିବିଟି ସକ୍ରିୟ କରିବାକୁ କୁହାଯାଇଛି, ଯଦ୍ୱାରା ସରକାରୀ ସହାୟତା ସିଧାସଳଖ ଆକାଉଣ୍ଟକୁ ଯାଇପାରିବ । ଏହା ସହିତ ୨୮ ହଜାର ୬୧୧ ଜଣ ଆବେଦନକାରୀଙ୍କର ବାୟୋମେଟ୍ରିକ E-KYC ପ୍ରକ୍ରିୟା ଏପର୍ଯ୍ୟନ୍ତ ହୋଇନାହିଁ । ଏହି ପ୍ରକ୍ରିୟା ସରିବା ପରେ ହିଁ ସେମାନଙ୍କ ଆବେଦନ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ ।

କୌଣସି ଯୋଗ୍ୟ ହିତାଧିକାରୀ ହେବେନି ବଞ୍ଚିତ

ତେବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ, ସେଥିପାଇଁ ପ୍ରଶାସନିକ ସ୍ତରରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ସମସ୍ତ ବାକି ଥିବା କାର୍ଯ୍ୟ ଏବଂ ଫିଲ୍ଡ ଇନକ୍ବାରୀକୁ ଜୁଲାଇ ୨୫ ସୁଦ୍ଧା ଶେଷ କରାଯାଇ ଯୋଗ୍ୟ ମହିଳାମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପଠାଯିବାର ବ୍ୟବସ୍ଥା କରାଯାଉଛି ।

ମହିଳା ଦିବସରେ ମିଳିଥିଲା ୪ର୍ଥ କିସ୍ତି

ବର୍ଷକୁ ଦୁଇଟି କିସ୍ତିରେ ସୁଭଦ୍ରା ଟଙ୍କା ପଠାଉଛନ୍ତି ରାଜ୍ୟ ସରକାର । ଗୋଟିଏ କିସ୍ତି ମହିଳା ଦିବସ ଓ ଅନ୍ୟଟି ରାକ୍ଷୀ ପୂର୍ଣ୍ଣିମା ଦିନ ଆସୁଛି । ତେବେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ଖାତାକୁ ଆସିବ । ତେବେ ଗତ ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ରାଜ୍ୟର କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା ।

ପୂର୍ବରୁ ୪ଟି କିସ୍ତିରେ ମୋଟ ୨୦ ହଜାର ଟଙ୍କା ଲେଖାଏଁ ପାଇ ସାରିଛନ୍ତି ରାଜ୍ୟର ୧ କୋଟିରୁ ଅଧିକ ମହିଳା । କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର । ପରେ ପୁନଃସମୀକ୍ଷା ବେଳେ  କିଛି ହିତାଧିକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଥିଲା ।ଅତି ସହଜରେ ବୁଝିବାକୁ ଗଲେ, ଆସନ୍ତା ଅଗଷ୍ଟ ୨୮ ତାରିଖରେ ପୁଣି ୫ ହଜାର ଟଙ୍କା ଲେଖାଏ ପାଇବେ ସୁଭଦ୍ରା ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା ।