fbpx

ପୋଷା କୁକୁର ପାଇଁ ବିଜିନେସ୍ କ୍ଲାସ୍ ବିମାନ ବୁକ୍ କଲେ ମାଲିକ

ମୁମ୍ବାଇ: ପୋଷା କୁକୁର ପାଇଁ ତାର ମାଲିକ ବୁକ୍ କଲେ ବିଜିନେସ୍ କ୍ଲାସ୍ ବିମାନ । ସେଥିରେ କେବଳ ସେ ଓ ତାର ମାଲିକ ହିଁ ଯାତ୍ରା କରିବା ପାଇଁ ଏହି ବିମାନ ବୁକ୍ କରିଥିଲେ । ପୋଷା କୁକୁର .ଯେପରି ଆରାମଦାୟକ ଯାତ୍ରା କରିବ ସେଥିପାଇଁ ସେ ପୂରା ବ୍ରିଜିନେସ୍ କ୍ଲାସ୍ ବିମାନ କୁ ବୁକ୍ କରିଥିଲେ । ତେବେ ଉକ୍ତ ବିମାନ ଅର୍ଥାତ୍ ଏୟାର ଇଣ୍ଡିଆ ଫ୍ଲାଇଟ୍ ଏ୧-୬୭୧ ବୁଧବାର ଦିନ ବୁକ୍ ହୋଇଥିଲା ।

କୁକୁରର ମାଲିକ କେବଳ ମାତ୍ର ଦୁଇ ଘଣ୍ଟା ପାଇଁ ୨.୫ ଲକ୍ଷ ଟଙ୍କା ଦେଇ ବିମାନକୁ ବୁକ୍ କରିଥିଲେ । ଏହି ବିମାନଟି ମୁମ୍ବାଇରୁ ଚେନ୍ନାଇକୁ ଯାତ୍ରା କରିିଥିଲା । ତେବେ ଆପଣ ମାନେ ଜାଣି ରଖନ୍ତୁ ଯେ, ବିଜିନେସ୍ କ୍ଲାସ୍ ବିମାନର ସିଟ୍ ପିଛା ମୁଲ୍ୟ ହେଉଛି ୨୦ ହଜାର ଟଙ୍କା । ଏହି ମାଲିକ ନିଜ ପୋଷା କୁକୁର ପାଇଁ ୨.୫ ଲକ୍ଷ ଟଙ୍କା ଦେଇ ଫ୍ଲାଇଟ୍ ବୁକ୍ କରିଛନ୍ତି । ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି ।

ଏୟାର ଇଣ୍ଡିଆ ଏ୩୨୦ ବିମାନର ଜେ-କ୍ଲାସ୍ କ୍ୟାବିନ୍ ରେ ୧୨ଟି ସିଟ୍ ଥିବା ବେଳେ ଏଥିରେ କେବଳ ଏହାକୁ କେବଳ ପୋଷା କୁକୁର ପାଇଁ ବୁକ୍ କରାଯାଇଥିଲା । ତେବେ ଏପରି କିଛି ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.