fbpx

ସଚ୍ଚୋଟତାର ନିଚ୍ଛକ ଉଦାହରଣ; ୫୧ ବର୍ଷ ପରେ ମିଳିଲା ହଜିଥିବା ପର୍ସ

ନୂଆଦିଲ୍ଲୀ: ୫୧ ବର୍ଷ ପରେ ନିଜ ପର୍ସ ଫେରିପାଇଲେ ମାଲିକ । ଆମେରିକାର କନସାସ ସହରରେ ଦେଖିବାକୁ ମିଳିଛି ସଚ୍ଚୋଟତାର ଏମିତି ଏକ ଉଦାହରଣ । ଯାହାକୁ ଜାଣିଲେ ଆପଣ ଖୁସି ହୋଇଯିବେ । ପ୍ରକୃତରେ ୫୧ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୭୦ ମସିହାରେ ହଜିଯାଇଥିବା ପର୍ସକୁ ପୋଲିସ ତାଙ୍କ ମାଲିକଙ୍କୁ ଫେରାଇଦେଇଛି । ଗ୍ରେଟ ବ୍ରାଣ୍ଡ୍ ପୋଲିସ ବିଭାଗ ଏକ ଫେସବୁକ ପୋଷ୍ଟରେ କହିଥିଲେ ଯେ ନିକଟରେ ଜଣେ ନାଗରିକ ପୋଲିସ ବିଭାଗକୁ ଏହି ପର୍ସ ଦେଇଥିଲେ । ଏହି ପର୍ସରେ ଅଧିକାରୀମାନଙ୍କୁ ଏକ ସାମାଜିକ ସୁରକ୍ଷା କାର୍ଡ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଥିଲା ।

ଏହାକୁ ନେଇ ପୋଲିସ ଅଧିକାରୀ ପର୍ସ ମାଲିକଙ୍କୁ ଖୋଜିବାରେ ସହାୟକ ହୋଇଥିଲେ । ପର୍ସ ମିଳିବା ପରେ ଏହାର ମାଲିକ ଖୁସି ହୋଇଯାଇଥିଲେ ପୋଲିସକୁ କହିଥିଲେ ସେ ୧୯୭୦ରେ ଏହି ପର୍ସକୁ ହଜାଇଦେଇଥିଲେ । ଅଧିକାରୀମାନେ କହିଛନ୍ତି ଯେ ନିଜ ହାତରେ ତିଆରି କରିଥିବା ପର୍ସକୁ ପାଇ ଏହାର ମାଲିକ ବହୁତ ଖୁସି ହୋଇଯାଇଥିଲେ ।

Get real time updates directly on you device, subscribe now.