fbpx

ଘରେ ଏକୁଟିଆ ଥିବା ମାଲିକାଣୀଙ୍କ ତଣ୍ଟି ଚିପି ହତ୍ୟାକଲା ଟ୍ରାକ୍ଟର ଚାଳକ: ୬ ଭାରି ସୁନା, ଟଙ୍କା ନେଇ ଚମ୍ପଟ ମାରିଲା ଅଭିଯୁକ୍ତ

କଣିହାଁ (ଭାସ୍କର ନ୍ୟୁଜ୍‌): ଚୋରି କରିବା ଉଦେଶ୍ୟ ରଖି ମାଲିକାଣୀଙ୍କୁ ହତ୍ୟା କରିବା ନେଇ କଣିହାଁ ଥାନାରେ ଅଭିଯୋଗ ହୋଇଛି । ଏନେଇ କଣିହାଁ ଥାନାରେ କେସ୍‌ ନଂ-୨୦୦/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ୍‌ ଅନୁସନ୍ଧାନ ଚଳାଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ୨ୟ ଶିଳ୍ପ ସମୃଦ୍ଧି ଅଂଚଳ ବୋଲାଉଥିବା କଣିହାଁ ଥାନା ଇଲାକାରେ କୁମୁଣ୍ଡା ଗ୍ରାମରେ ।

ଅଭିଯୋଗ ମୁତାବକ, କଣିହାଁ ଥାନା କୁମୁଣ୍ଡା ମରଡ ହରିହରପୁର ସାହିରେ ସୋମବାର ବିଳମ୍ବିତ ରାତିରେ ମାଲିକାଣି ଏକୁଟିଆ ରହୁଥିବାର ସୁଯୋଗ ନେଇ ଟ୍ରାକ୍ଟର ଚାଳକ ଜଣକ ମାଲିକାଣୀ ନବାସୀ ସାହୁ(୮୦)କୁ ହତ୍ୟାକରି ଲୁଟ୍‌ପାଟ୍‌ କରିଥିବା ଜଣାପଡିଛି । ୭୦ହଜାର ଟଙ୍କା, ସୁନା ୬ଭରି, ହୋଣ୍ଡା ଆକ୍ଟିଭା ସ୍କୁଟି ନେଇ ଅଭିଯୁକ୍ତ ଚାଳକ ଫେରାର୍‌ ହୋଇଯାଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ତଥା ଟ୍ରାକ୍ଟର ଚାଳକ ପାଲଳହଡା ଥାନା ଅଂଚଳର ବିକାଶ ଦେହୁରି(୨୮) ବୋଲି ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ, ମୃତକ ମାଲିକାଣୀ ନବାସୀ ସାହୁଙ୍କର ଦୁଇ ପୁଅ ଓ ବୋହୁ । ବଡ ପୁଅ ବୋହୁ ଗାଁ ବାହାରେ ରହୁଥିବା ବେଳେ ସାନପୁଅ ରାତି ଡ୍ୟୁଟିରେ ଯାଇଥିଲେ ଏବଂ ସାନବୋହୁ ତାଙ୍କ ବାପା ଘରକୁ ଯାଇଥିଲେ । ଅଭିଯୁକ୍ତ ଚାଳକ ଜଣଙ୍କ ଲୋଭଗ୍ରସ୍ତ ହୋଇ ଏକୁଟିଆର ସୁଯୋଗ ନେଇ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ପୁଲିସ୍‌ ପ୍ରାଥମିକ ଅନୁସନ୍ଧାନର ଜାଣିବାକୁ ପାଇଛି । ଅଭିଯୁକ୍ତ ବିକାଶ ଗାମୁଛାରେ ନବାସୀଙ୍କ ତଣ୍ଟିଚିପି ହତ୍ୟା କରିବା ପରେ ଘରର ଆଲ୍‌ମାରୀ ଭାଙ୍ଗି ସୁନା, ଅର୍ଥ ଲୁଟ୍‌ପାଟ୍ କରି ଫେରାର୍‌ ହୋଇଯାଇଛି। ଅଭିଯୁକ୍ତ ଧରିବା ପାଇଁ ଛାନ୍‌ ଭିନ୍ କରୁଛି ପୋଲିସ।

Get real time updates directly on you device, subscribe now.