fbpx

ଭୁଲ୍ ରାସ୍ତାରେ ଚାଲିଗଲା ଅକ୍ସିଜେନ୍ ଆସୁଥିବା ଟ୍ୟାଙ୍କର, ଚାଲିଗଲା ୭ଜଣ ରୋଗୀଙ୍କ ପ୍ରାଣ

ହାଇଦ୍ରାବାଦ, ୧୦/୦୫(ଓଡିଶା ଭାସ୍କର): ଅକ୍ସିଜେନ୍ ସଙ୍କଟରେ ସାରା ଭାରତ ହନ୍ତସନ୍ତ ହେଉଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ଆଜି ପୁଣି ଥରେ ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରେ ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଉକ୍ତ ସରକାରୀ ହସ୍ପିଟାଲରେ ଅକ୍ସିଜେନର ଅଭାବ ଥିବାରୁ ଏକ ଅକ୍ସିଜେନ୍ ଟ୍ୟାଙ୍କ୍ ସେଠାକୁ ଆସୁଥିଲା । ହେଲେ ଟ୍ୟାଙ୍କର ଡ୍ରାଇଭର୍ ହସ୍ପିଟାଲର ରାସ୍ତା ଭୁଲି ଯିବାରୁ ଅକ୍ସିଜେନ୍ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଆଉ ପରିମାଣସ୍ୱରୂପ ୭ ଜଣ ରୋଗୀଙ୍କ ପ୍ରାଣ ଚାଲିଗଲା ।

ହସ୍ପିଟାଲରେ ଅନେକ ଗୁଡିଏ କରୋନା ଆକ୍ରାନ୍ତ ଚିକିତ୍ସା ହେଉଥିବା ବେଳେ ସେମାନଙ୍କ ପାଇଁ ଅକ୍ସିଜେନର ଅଭାବ ଦେଖା ଦେଇଥିଲା । ତେଣୁ ସମସ୍ତେ ଅକ୍ସିଜେନ୍ ଅପେକ୍ଷାରେ ଥିବା ବେଳେ ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର୍ ବାଟ ନ ଜାଣି ପାରି ପହଞ୍ଚିବାକୁ ବିଳମ୍ବ କରିଥିଲେ । ଉକ୍ତ ୭ ଜଣ ରୋଗୀଙ୍କ ଅକ୍ସିଜେନ୍ ଲେବଲ୍ କମ୍ ହୋଇ ଆସୁଥିବା ବେଳେ ସେମାନଙ୍କୁ ତୁରନ୍ତ ଅକ୍ସିଜେନ୍ ର ଆବଶ୍ୟକତା ଥିଲା । ହେଲେ କିଛି ସମୟର ବିଳମ୍ବ ପାଇଁ କାରଣରୁ ଏକାବେଳକେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣବାୟୁ ଉଡିଗଲା ।

ରିପୋର୍ଟ ଅନୁସାରେ, ହସ୍ପିଟାଲର ଅକ୍ସିଜେନ୍ ଟ୍ୟାଙ୍କ୍ ଅପରାହ୍ନରୁ ହିଁ ସରିବାକୁ ଆସୁଥିଲା । ତେଣୁ ସେଠାକାର କର୍ତ୍ତୃପକ୍ଷ ମାନେ ଶୀଘ୍ର ଅକ୍ସିଜେନ୍ ଭରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତା ପାଉନଥିବା ଡ୍ରାଇଭର୍ କୁ ଖୋଜି ହସ୍ପିଟାଲରେ ପହଞ୍ଚାଇବାକୁ ପୋଲିସ୍ ବହୁ ପରିଶ୍ରମ କରିଥିଲା । ହେଲେ ସେତେବେଳକୁ ୭ ଜଣ ରୋଗୀଙ୍କର ମୃତ୍ୟୁ ହୋଇ ସାରିଥିଲା ।

Get real time updates directly on you device, subscribe now.