fbpx

OYOର ବଡ଼ ଘୋଷଣା; ଚାଲି ଯାଇପାରେ ୬୦୦ କର୍ମଚାରୀଙ୍କ ଚାକିରୀ

ନୂଆଦିଲ୍ଳୀ: ଆର୍ଥିକ ମାନ୍ଦାବସ୍ଥା ପାଇଁ ଓୟୋ ତରଫରୁ ମିଳିଛି ବଡ଼ ସୂଚନା । କମ୍ପାନୀ ତରଫରୁ ଦିଆ ଯାଇଥିବା ସୂଚନା ଅନୁସାରେ ୬୦୦ କର୍ମଚାରୀଙ୍କୁ ଚାକିରୀ ଛାଡ଼ିବାକୁ ପଡ଼ିବ । କମ୍ପାନୀ ଅନୁସାରେ କେତେକ ପ୍ରୋଜେକ୍ଟକୁ ମଧ୍ୟ ବନ୍ଦ କରାଯିବ । ଏହି କାରଣରୁ ୬୦୦ କର୍ମଚାରୀଙ୍କୁ ଚାକିରୀ ଛାଡ଼ିବାକୁ ପଡ଼ିବ । ତେବେ ଓୟୋ କମ୍ପାନୀରେ ୩୭୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଅନ୍ୟପଟେ କମ୍ପାନୀ ସେଲ୍ସ ଡିପାର୍ଟମେଣ୍ଟରେ ୨୫୦ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି ।

ଓୟୋର ସଂସ୍ଥାପକ ଏବଂ ସିଇଓ ରିତେଶ ଅଗ୍ରୱାଲ କହିଛନ୍ତି ଯେ, ଯେଉଁ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯାଉଛି ସେମାନଙ୍କୁ ଅନ୍ୟ କୌଣସି ଭଲ ସ୍ଥାନରେ କାମ ମିଳିବା ପାଇଁ କମ୍ପାନୀ ଚେଷ୍ଟା କରିବ । ଏହି କର୍ମଚାରୀଙ୍କୁ ସମର୍ଥନ କରିବା ପାଇଁ ଓୟୋ ଟିମ ଏବଂ ସେ ନିଜେ ମଧ୍ୟ କାମ କରିବେ ବୋଲି କହିଛନ୍ତି । ଓୟୋ ସୂଚନା ଦେଇଛି ଯେ ଗତ ବର୍ଷ ଓୟୋର ଆୟରେ କ୍ଷତି ହୋଇଥିଲା । ୨୦୨୨ରେ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଓୟୋର ରାଜସ୍ୱ ୨୪ ପ୍ରତିଶତ ବଢି ୨୯୦୫ କୋଟି ଟଙ୍କା ହୋଇଥିଲା ।

ସୂଚନା ଥାଉକି, ଓୟୋ ଆରମ୍ଭିକ ସାର୍ବଜନିକ ନିର୍ଗମ ( ଆଇପିଓ) ଆଣିବା ଚେଷ୍ଟାରେ ରହିଛି । ଏଥିପାଇଁ କମ୍ପାନୀ ଭାରତୀୟ ପ୍ରତିଭୂମି ଏବଂ ବିନିମୟ ବୋର୍ଡ଼ (ସେବି) ନିକଟରେ ନୂଆ ଡକ୍ୟୁମେଣ୍ଟ ଦାଖଲ କରିଛି । ତେବେ ଅନୁମାନ କରାଯାଉଛି ୨୦୨୩ ଆରମ୍ଭରେ ଆଇପିଓ ଲଞ୍ଚ ହେବ ।

Get real time updates directly on you device, subscribe now.