fbpx

ଆସନ୍ତା ସପ୍ତାହରେ OYOର IPO ଲଞ୍ଚ; ୮ ହଜାର କୋଟି ନିବେଶ ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଳୀ: ସଫ୍ଟବ୍ୟାଙ୍କର ହସ୍ପିଟାଲିଟି ଆପ୍ ଓୟୋ ପକ୍ଷରୁ ଏହାର ଆଇପିଓ ଲଞ୍ଚ କରାଯିବା ନେଇ ଘୋଷଣା କରାଯାଇଛି । ଆସନ୍ତା ସପ୍ତାହରେ ଲଞ୍ଚ ହେବାକୁ ଥିବା ଏହି ଇନିସିଆଲ ପବ୍ଲିକ୍ ଅଫରିଙ୍ଗ(ଆଇପିଓ)ରୁ ୮୦୦୦ କୋଟି ନିବେଶ ସଂଗ୍ରହର ଲକ୍ଷ୍ୟ ରଖିଛି ଓୟୋ । ଆସନ୍ତା ସପ୍ତାହରେ ହେବାକୁ ଥିବା ଲିଷ୍ଟିଙ୍ଗରୁ ୧ ବିଲିୟନରୁ ୧.୨ ବିଲିୟନ ଡଲାର ନିବେଶ ସଂଗ୍ରହର ଲକ୍ଷ୍ୟ ରଖିଛି ଓୟୋ । ଭାରତୀୟ ମୁଦ୍ରାରେ ଏହା ୮୦୦୦ରୁ ୯୦୦୦ କୋଟି ହେବ ବୋଲି ଜଣାପଡିଛି । ଜୋମାଟୋର ଆଇପିଓ ସଫଳ ହେବା ପରେ ସମାନ ରାସ୍ତା ଆପଣେଇବାକୁ ଯାଉଛି ଓୟୋ । ଏହା ସହିତ ନିକଟ ଭବିଷ୍ୟତରେ ପେଟିଏମ୍, ନାଇକା ଏବଂ ଓଲାର ମଧ୍ୟ ଆଇପଓ ଲଞ୍ଚ ହେବାର ଖବର ସାମ୍ନାକୁ ଆସିଛି ।
ଓୟୋରେ ସଫ୍ଟବ୍ୟାଙ୍କର ୪୬ ପ୍ରତିଶତ ଅଂଶଧନ ରହିଥିବା ବେଳେ ବିଗତ ଦୁଇ ବର୍ଷ ଧରି ଏହା କ୍ଷତିରେ ଚାଲୁଛି । କରୋନା ପରସ୍ଥିତିରେ ସୁଧାର ଆସିବା ପରେ ପୂର୍ବ ମାସରେ ମାଇକ୍ରୋସଫ୍ଟ କର୍ପ, କୋଟାକ, ଜେପି ମୋର୍ଗାନ ଏବଂ ସିଟି ବ୍ୟାଙ୍କ ପକ୍ଷରୁ ୫ ମିଲିୟନ ଡଲାର ନିବେଶ କରାଯାଇଥିଲା । ଓଡିଆ ପୁଅ ରୀତେଶ ଅଗ୍ରୱାଲଙ୍କ ଦ୍ୱାରା ୨୦୧୩ରେ ସ୍ଥାପିତ ଏହି କମ୍ପାନୀରେ ସଫ୍ଟ ବ୍ୟାଙ୍କ, ସିକ୍ୱୋଆ କ୍ୟାପିଟାଲ, ଲାଇଟସ୍ପିଡ, ଡିଡି ଚକ୍ସିଙ୍ଗ ଏବଂ ଗ୍ରାବ ନିବେଶକ ଭାବରେ ରହିଛନ୍ତି । ୨୦୧୩ରେ ଲଞ୍ଚ କରାଯାଇଥିବା ଓୟୋ ୧ ଲକ୍ଷରୁ ଅଧିକ ହୋଟେଲ ସହିତ କାମ କରୁଥିବା ବେଳେ ୮୦ ଟି ଦେଶର ୮୦୦ରୁ ଅଧିକ ସହରରେ ଏହାର ସେବା ଯୋଗାଉଛି ।

Get real time updates directly on you device, subscribe now.