fbpx

OYOର ରୁମ୍ ନମ୍ବର ୨୦୧ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ଏହାରି ମଧ୍ୟରେ ଝରାଫୁଲ ଗତ ୨୬ ତାରିଖରେ ରହିଥିବା ଧର୍ମବିହାର ଶିବସାଇ ଗେଷ୍ଟ ହାଉସରେ ଆଜି ଯାଞ୍ଚ କରିଛି ପୋଲିସ । ଶିବସାଇ ଗେଷ୍ଟ ହାଉସର ରୁମ୍ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ । ରୁମ ନମ୍ବର ୨୦୧ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ । ଯାଞ୍ଚ ପରେ ୨୦୧ ରୁମକୁ ସିଲ କରିଛି କୁଆଖିଆ ଥାନା ପୋଲିସ । ପ୍ରାୟ ୨ ଘଣ୍ଟା ଧରି ଗେଷ୍ଟ ହାଉସରେ ପୋଲିସର ଯାଞ୍ଚ ଚାଲିଥିଲା । ଘଟଣାରୁ ତଥ୍ୟ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍ । ଗେଷ୍ଟ ହାଉସର ରେଜିଷ୍ଟର ସିସିଟିଭ୍ ଯାଞ୍ଚ କରିଛି ପୋଲିସ ।

ତେବେ ଯାଜପୁର କୁଆଖିଆ ମୂଳାପାଳ ଛକ ନିକଟରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ୨ ଯୁବକ ଏକ ସ୍କୁଟରରେ ମୃତଦେହ ଆଣି ଫିଙ୍ଗିଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ସ୍କୁଟରରେ ଆଣି ଫିଙ୍ଗିଥିବା ୨ ଅଭିଯୁକ୍ତ ଚିହ୍ନଟ ନେଇ ଯାଜପୁର ଏସପି ସୂଚନା ଦେଇଥିଲେ ।

Get real time updates directly on you device, subscribe now.