fbpx

ବେଦାନ୍ତ ଆଲୁମିନିୟମ ଏବଂ ଓଏସପିସିବି ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଓଜୋନ ହ୍ରାସ ଉପରେ ସଚେତନା

ଝାରସୁଗୁଡା :ବିଶ୍ୱ ଓଜୋନ ଦିବସରେ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ଓ ଡିଏଭି ପବ୍ଲିକ ସ୍କୁଲ ସହିତ ମିଳିତ ଭାବରେ ଛାତ୍ର ମାନଙ୍କ ପାଇଁ ଏକ ସଚେତନତା ଅଭିଯାନ କରିଥଲେ । ଓଜୋନ ହ୍ରାସ, ଜଳବାୟୁ ଉପରେ ଏହାର ପ୍ରଭାବ ଓ ବ୍ୟକ୍ତିଗତ ଦ୍ୱାୟିତ୍ୱ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ପାଇଁ ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା । ଚଳିତ ବର୍ଷ ପାଇଁ ବିଷୟ ବସ୍ତୁ ଥିଲା ମଂଟ୍ରିଆଲ ପ୍ରୋଟୋକଲ@୩୫: ପୃଥିବୀରେ ଜୀବନ ରକ୍ଷା କରୁଥିବା ଗ୍ଲୋବାଲ ସହଯୋଗ। ଇଂ ଏଚ.କେ. ନାୟକ ଆଂଚଳିକ ଅଧିକାରୀ ଓଏସପିସିବି, ଝାରସୁଗୁଡ଼ାଙ୍କ ସହ ଡେପୁଟି ପରିବେଶ ବିଜ୍ଞାନୀ ଶ୍ରୀ ଏକେ ଭୋଳ ଓ ମିସ ଅନୁଷା ଏକ୍କା, ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ଅକ୍ଷ୍ୟକ୍ଷ ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ା ଓ ମିସ ଅଞ୍ଜଳି ମାଛଖଣ୍ଡ, ଜିଲ୍ଲା ସେସନ ଜଜ, ମହିଳା କୋର୍ଟ, ଜୟପୁର ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । କମ୍ପାନି ଏହାର କାର୍ଯ୍ୟ ପରିସରରେ ବିଭିନ୍ନ ପ୍ରକାର ସଚେତନତା ଅଭିଯାନ ଆୟୋଜନ କରି ଆସୁଛି ଯେଉଁଥିରେ ଏହାର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ମାନେ ଯୋଗ ଦେଇ କମ୍ପାନିର ଆଭିମୁଖ୍ୟକୁ କାର୍ଯ୍ୟକାରୀ କରାଇବା ଦିଗରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

କମ୍ପାନିର ଏହି ଆଭିମୁଖ୍ୟ ସହିତ ଜଳବାୟୁ କାର୍ଯ୍ୟର ପ୍ରତିଶ୍ରୁତି ଓ ଓଜୋନ ସ୍ତରକୁ ହ୍ରାସ କରିବା ସହ କାର୍ବନ ଫୁଟ ପ୍ରିଂଟକୁ କମ କରିବାର ଉପାୟ ସଂପର୍କରେ ସଚେତନ ହୋଇଥିଲେ । କମ୍ପାନିର ଜଳବାୟୁ ପ୍ରୟାସ ଦିଗରେ ଶ୍ରୀ ସୁନିଲ ଗୁପ୍ତା, ସିଇଓ- କହିଛନ୍ତି ଯେ ବେଦାନ୍ତଝାରସୁଗୁଡ଼ାରେ ଜଳବାୟୁ କାର୍ଯ୍ୟରେ ଆମର ଆଭିମୁଖ୍ୟ ଉଭୟ ନିମ୍ନ ଅଙ୍ଗାରକାମ୍ଳ କାର୍ଯ୍ୟରେ ପରିବର୍ତନ ଏବଂ ଓଜୋନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କୌଶଳକୁ ଆପଣାଇ ଆମେ ପ୍ଲାଂଟରେ କାର୍ଯ୍ୟ କରୁଅଛୁ । ବିଶ୍ୱର ସବୁଠାରୁ ବଡ଼ ଆଲୁମିନିୟମ ସ୍ମେଲଟର ଭାବରେ ଆମେ ନିରନ୍ତର ବିକାଶର ମାର୍ଗରେ ଆଗେଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆମ ପ୍ରୟାସର ସାକ୍ଷୀ ଆର୍ଥିକ ବର୍ଷ ୨୨ରେ ବେଦାନ୍ତ ଝାରସୁଗୁଡ଼ା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହାର ଜିଏଚଜି କିମ୍ବା ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୧୨% ହ୍ରାସ କରିପାରିଛି ଓ ଏହାର ଉତ୍ପାଦନ ୨୦% ବୃଦ୍ଧି ହୋଇଛି।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଏଚ.କେ. ନାୟକ କହିଛନ୍ତି ଯେ – ଓଜୋନ ପଦାର୍ଥ ର ଅଭାବ ଯୋଗୁ ଜଳବାୟୁ ଓ ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ିଥାଏ । ଛାତ୍ର ତଥା ବେଦାନ୍ତ କର୍ମଚାରୀଙ୍କ ସହ ଏହି ସଚେତନତା ମାଧ୍ୟମରେ ଆମେ ଜୀବଜନ୍ତୁଙ୍କ ପାଇଁ ଓଜୋନ ସ୍ତରର ମହତ୍ୱକୁ ଦୋହରାଉଛୁ ଓ ଏଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଆମ ସହ ସହଭାଗୀତା ଓ ଝାରସୁଗୁଡ଼ାର ଛାତ୍ରମାନଙ୍କୁ ଓଜୋନ ସ୍ତରର ସୁରକ୍ଷା ଓ ଜଳବାୟୁ ଉପରେ ସଚେତନ କରାଇ ପାରିଥିବାରୁ ମୁଁ ବେଦାନ୍ତ ଆଲୁମିନିୟମକୁ ପ୍ରଶଂସା କରୁଛି । ଆମେ ଆଶା କରୁ ଆସନ୍ତାକାଲିର ଇକୋ ସଚେତନ ନାଗରିକ ଭାବେ ସେମାନଙ୍କୁ ଗଢିବାରେ ଆମ ପଦକ୍ଷେପ ସହାୟକ ହେବ ।

Get real time updates directly on you device, subscribe now.