fbpx

CDSଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ମାଇକ୍ରୋସଫ୍ଟ ଓ ଗୁଗୁଲ ସିଇଓ ମଧ୍ୟ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଳୀ: ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ପଦ୍ମ ପୁରସ୍କାର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ବିପିନ ସିଂ ରାୱତ । ରାୱତଙ୍କୁ ମରଣୋତ୍ତର ଭାବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ପଦ୍ମ ବିଭୂଷଣ ସମ୍ମାନରେ ରାୱତଙ୍କୁ ସମ୍ମାନିତ କରାଯାଇଛି । ତାମିଲନାଡୁର କୁନ୍ନୁରରେ ଘଟିଥିବା ଚପ୍ପର କ୍ରାସରେ ବିପିନ ରାୱତଙ୍କ ସମେତ ପତ୍ନୀ ମଧୁଲିକା ଓ ସେନାର ୧୧ ଯବାନ ଶହିଦ ହୋଇଥିଲେ । ରାୱତଙ୍କ ବ୍ୟତୀତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମଧ୍ୟ ମରଣୋତ୍ତର ଭାବରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି ।

ଆଲ୍ଫାବେଟ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋ ସଫ୍ଟ ସିଇଓ ସତ୍ୟ ନାଡେଲା, ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଆଦର ପୁନାୱାଲାଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏମାନଙ୍କ ବ୍ୟତିତ କଂଗ୍ରେସ ନେତା ଘୁଲାମ ନବୀ ଆଜାଦ, ଭାରତ ବାୟୋଟେକ୍ ଚେୟାରମ୍ୟାନ କ୍ରିଷ୍ଣା ଏଲ୍ଲା ଏବଂ ତାଙ୍କ ପତ୍ନୀ ସୁଚିତ୍ରା ଏଲ୍ଲାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ପଶ୍ଚିମବଙ୍ଗର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମଭୂଷଣ ମିଳିଛି । କ୍ରୀଡାବିତ ନୀରଜ ଚୋପ୍ରା, ପ୍ରମୋଦ ଭଗତ, ବନ୍ଦନା କଟାରିୟା ଏବଂ ବଲିଉଡ ସିଙ୍ଗର ସୋନୁ ନିଗମଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.