fbpx

ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ପଦ୍ମଶ୍ରୀ ଉଦ୍ଧବ କୁମାର ଭରାଲୀ

ନୂଆଦିଲ୍ଲୀ: ଆସାମର ଲକ୍ଷ୍ମୀପୁର ଜିଲ୍ଲାର ଏକ କୋର୍ଟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଉଦ୍ଧବ କୁମାର ଭରାଲୀଙ୍କ ନ୍ୟାୟିତ ହେପାଜତକୁ ପଠାଇଛନ୍ତି । ଉଦ୍ଧବଙ୍କ ଉପରେ ଏକ ନାବାଳିକାକୁ ବଳକ୍ରାର କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ, ସେହି ନାବାଳିକାକୁ ଉଦ୍ଧବ ପୋଷ୍ୟପୁତ୍ରୀ ଭାବେ ଗ୍ରହଣ କରିଥିଲେ । ଗୁଆହାଟି ହାଇକୋର୍ଟ ଉଦ୍ଧବଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ସ୍ୱତନ୍ତ୍ର ବିଚାରପତି ରସମିତା ଦାସଙ୍କ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ସେଠାରେ କୋର୍ଟ ଭରାଲୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ଏହା ପରେ ତାଙ୍କୁ ଉତ୍ତର ଲକ୍ଷ୍ମୀପୁରରେ ଥିବା ଜିଲ୍ଲା ଜେଲକୁ ପଠାଯିବ ।

ତେବେ ଉଦ୍ଧବ କୁମାର ଭରାଲୀଙ୍କୁ ୨୦୧୯ରେ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମଶ୍ରୀ ଭଳି ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ମାମଲାରେ ସେ ଦାବି କରିଛନ୍ତି ଯେ, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇଛି । ଏହା ବିରୋଧରେ ସେ ଆଇନଗତ ଲଢ଼େଇ କରିବେ । ଜିଲ୍ଲା କୋର୍ଟ ଯିବା ପୂର୍ବରୁ ସେ କହିଥିଲେ ଯେ, ‘ ମୁଁ ଏକ ଷଡ଼ଯନ୍ତ୍ରର ଶିକାର ହୋଇଛି । ଯେହେତୁ ମୋର ଜାମିନ ଆବେଦନ ଖାରଜ ହୋଇଛି, ସେଥିପାଇଁ ଆତ୍ମସମର୍ପଣ ବ୍ୟତୀତ ଆନ୍ୟ କୌଣସି ବିକଳ୍ପ ନାହିଁ । ମୁଁ ଆଜି ସିଜେଏମଙ୍କ ସମ୍ମୁଖରେ ନିଜକୁ ଉପସ୍ଥାପନ କରିବି ।’ ଅନ୍ୟପଟେ ଜଷ୍ଟିସ୍ ଶର୍ମା ନିଜର ରାୟ ଶୁଣାଣି ବେଳେ କେସ୍ ଡାଏରୀ, ନାବାଳିକା ପୀଡ଼ିତାଙ୍କ ବ୍ରାନ ଓ ଅନ୍ୟ ୨ ଜଣ ନାବାଳକ ସାକ୍ଷୀଙ୍କ ବୟାନ ଉପରେ ଭରସା କରିଥିଲେ । ତାଙ୍କ କହିବା ମୁତାବକ, ଭରାଲୀ କେବଳ ଏହି ପୀଡ଼ିତା ନୁହେଁ, ଅନ୍ୟ କେତେକଙ୍କୁ ମଧ୍ୟ ଯୌଦ ନିର୍ଯ୍ୟାତନା ଦେଇଛନ୍ତି ।

Get real time updates directly on you device, subscribe now.