fbpx

ପଦ୍ମପୁର ଉପନିର୍ବାଚନ:କାହାକୁ ପ୍ରାର୍ଥୀ କରିବ ବିଜେଡି,ଚର୍ଚ୍ଚାରେ ବିଜୟ ବରିହାଙ୍କ ବଡ ଝିଅ ବର୍ଷାଙ୍କ ନାମ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଆଉ କଂଗ୍ରେସ ତାଙ୍କର ଟାଣୁଆ ନେତାଙ୍କୁ ମଇଦାନକୁ ଛାଡିଛି । ସେପଟେ ଖୁବ ଶୀଘ୍ର ବିଜେଡି ତାର ପ୍ରାର୍ଥି ନାମ ଘୋଷଣା କରିବ ବୋଲି ମନ୍ତ୍ରୀ ଶୁଶାନ୍ତ ସିଂ ସୂଚନା ଦେଇଛନ୍ତି । ସେପଟେ ଉପନିର୍ବାଚନରେ ବିଜୟ ବରିହାଙ୍କ ପରିବାର ସଦସ୍ୟଙ୍କୁ ଟିକେଟ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।  ଏହି ରେସରେ ଅନେକ ଆଶାୟୀ ପ୍ରାର୍ଥ ରହିଛନ୍ତି । ତେବେ ଏହା  ଭିତରେ ସର୍ବାଗ୍ରେ ରହିଛନ୍ତି ବିଜୟ ବରିହାଙ୍କ ବଡ ଝିଅ ବର୍ଷା ବରିହା । ତେବେ ଏହା ସହିତ ଶ୍ରୀଯୁକ୍ତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ସିଂବରିହା, ରାଜୁ ଘିବେଲ,ମାଧବୀ ସିଂ ବରିହାଙ୍କ ନାମ ମଧ୍ୟ ଖୁବ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା କାହାକୁ ଦଳ ଟିକେଟ ଦେବ ଏନେଇ କିଛି ଚୂଡାନ୍ତ ନିଷ୍ପତ୍ତି ନେଇ ନାହିଁ । କିନ୍ତୁ ଶାସକ ଦଳ ଧାମନଗରରେ ଯେଉଁ ପରାଜୟ ଦେଖିଥିଲା  ବର୍ତ୍ତମାନ ତାହାକୁ ସଜାଡିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇବ ବୋଲି ସୁତ୍ରରୁ ପ୍ରକାଶ ପାଉଛି ।

ଏହାଭିତରେ ଆଜି ବିଂଝାଲ ସମାଜ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହା ସହିତ ପଦ୍ମପୁର ଉପନିର୍ବାଚନରେ ଦଳ ବରିହାଙ୍କ ପରିବାର ବର୍ଗରୁ କାହାରିକୁ ଟିକେଟ ଦେଉ ବୋଲି କହିଛି । ତେବେ ଯାହା ଆଶା କରାଯାଉଛି ଆଉ ଦିନେ ଦୁଇ ଦିନ ଭିତରେ ବିଜେଡି ତାର ପ୍ରାର୍ଥୀ ନାମ ଘୋଷଣା କରି ଦେବ । ଏହା ସହିତ କିପରି ବିଜେଡି ପୁଣି ଥରେ ଆସନ ବିଜୟୀ ହେବ ତାହା ଉପରେ ଫୋକସ କରିବ ।

 

Get real time updates directly on you device, subscribe now.