fbpx

ପାକିସ୍ତାନରେ ଇଂଲଣ୍ଡ ଟିମ୍ ରହୁଥିବା ହୋଟେଲ ପାଖରେ ଗୁଳିକାଣ୍ଡ, ୪ ଜଣ ଗିରଫ

ଇସଲାମବାଦ: ୧୭ ବର୍ଷ ପରେ ଇଂଲଣ୍ଡ ଟିମ୍ ଟେଷ୍ଟ ସିରିଜ୍ ଖେଳିବାକୁ ପାକିସ୍ତାନ ଆସିଛି । ୨ ଦେଶ ମଧ୍ୟରେ ୯ ଡିସେମ୍ବରରୁ ଅର୍ଥାତ୍ ଶୁକ୍ରବାରରୁ ମୁଲତାନରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ଟିମ୍ ଯେଉଁ ହୋଟେଲରେ ରହିଛନ୍ତି, ତା ପାଖରେ ଫୁଟିଛି ଗୁଳି । ଅବଶ୍ୟ ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ସାମ୍ନାକୁ ଆସିନି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

କ୍ରିକଟ୍ରାକରରେ ପ୍ରକାଶିତ ଖବର ଅନୁଯାୟୀ, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଦଳ ରହୁଥିବା ହୋଟେଲର ଏକ କିଲୋମିଟର ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳେ ଏହି ଘଟଣା ଘଟିଥିଲା । କିନ୍ତୁ କୌଣସି ମୃତାହତଙ୍କ ଖବର ନାହିଁ । ଏଥି ସହିତ ମୁଲତାନରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଲରେନ୍ସ ବୁଥଙ୍କ ଟ୍ୱିଟ୍ ଅନୁଯାୟୀ ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି । ବୁଥ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଲତାନର ଇଂଲଣ୍ଡ ଦଳ ହୋଟେଲଠାରୁ ଏକ କିଲୋମିଟର ଦୂରରେ ସକାଳେ ଗୁଳିର ଶବ୍ଦ ଶୁଣାଗଲା । ୪ ଜଣଙ୍କୁ ଗିରଫ କରାଯାଇଛି କିନ୍ତୁ କେହି ଆହତ ହୋଇନାହାଁନ୍ତି । ମ୍ୟାଚ୍ ସମ୍ବନ୍ଧରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ପାକିସ୍ତାନ ବିପକ୍ଷ ତିନି ଟେଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗରେ ରହିଛି । ଏହି ସିରିଜରେ ରହିବାକୁ ହେଲେ ପାକିସ୍ତାନକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ପଡିବ । ପ୍ରଥମ ମ୍ୟାଚରେ ପରାଜୟ ପରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବାର ଆଶା ଟିକେ ହ୍ରାସ ପାଇଛି । ଯଦି ପାକିସ୍ତାନ ଦଳ ଇଂଲଣ୍ଡ ବିପକ୍ଷରେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତେ, ତେବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଯିବାର ସମ୍ଭାବନା ରହିବ ।

Get real time updates directly on you device, subscribe now.