fbpx

ଭାରତର ‘ର’ କୁ ଫସାଇବାକୁ ଚାହୁଥିଲା ପାକିସ୍ତାନ, କୋର୍ଟରେ ଫସରଫାଟିଲା ଚକ୍ରାନ୍ତ; ଜାଣନ୍ତୁ କେମିତି…

କରାଚିସ୍ଥିତ ଚୀନର ବାଣିଜ୍ୟିକ ଦୂତାବାସରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ରଚୁଥିଲା ଚକ୍ରାନ୍ତ

ନୂଆଦିଲ୍ଲୀ: ସବୁ ବୁଝାମଣାକୁ ବୁଝାବଣା କରୁଛି ପାକ୍ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ । ବିଶ୍ୱର ଅନେକ ରାଷ୍ଟ୍ର ଏଭଳି ଅଭିଯୋଗ ଉଠାଉଥିବାବେଳେ ଆଦୌ ସୁଧୁରୁନି ପାକିସ୍ତାନ । ଭାରତ ସହ କୌଣସି ନା କୌଣସି ସମୟରେ ଶତ୍ରୁତା କରିବାକୁ ପାଦ ବଢ଼ାଉଛି । ସେହିପରି ଅସ୍ତ୍ର ବିରତି ଉଲ୍ଲଂଘନ କରିବାରେ ପାକ୍ ସବୁଠୁ ଆଗରେ ରହିଛି । ଏହାରି ମଧ୍ୟରେ ଭାରତର ଶୀର୍ଷ ଗୁପ୍ତଚର ସଂସ୍ଥା ‘ର’ (RAW)କୁ ଫସାଇବାକୁ ଚାହୁଥିଲା ପାକିସ୍ତାନ । କିନ୍ତୁ ଏହି ହୀନ ଉଦ୍ୟମ କୋର୍ଟରେ ଫେଲ୍ ମାରିଥିବା ଜଣାପଡ଼ିଛି ।

ଆତଙ୍କର ଆଡ୍ଡାସ୍ଥଳ ତଥା ଆତଙ୍କର ବୋସ୍ ବୋଲି କୁହାଯାଉଥିବା ପାକିସ୍ତାନ ସର୍ବଦା ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବା ସହ ସେଭଳି କାର୍ଯ୍ୟକଳାପ କରିଆସୁଛି । କିନ୍ତୁ ସାରା ବିଶ୍ୱ ଜାଣିସାରିଛି ପାକିସ୍ଥାନର ଏଭଳି କାର୍ଯ୍ୟକଳାପ । ସୂଚନା ଅନୁସାରେ କରାଚିସ୍ଥିତ ଚୀନର ବାଣିଜ୍ୟିକ ଦୂତାବାସରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଭାରତକୁ ଦୋଷ ଲଦିବା ବା ଫସାଇବାକୁ ଚାହୁଥିଲା ପାକିସ୍ତାନ। କିନ୍ତୁ ଏଭଳି ହୀନ ଉଦ୍ୟମରେ ସଫଳ ହୋଇନି ‘ଆତଙ୍କର ବୋସ୍’ । ସୂଚନାଯୋଗ୍ୟ ଯେ ୨୦୧୮ ନଭେମ୍ବରରେ କରାଚିସ୍ଥିତ ଚୀନ୍ ଦୂତାବାସ ଉପରେ ହୋଇଥିଲା ଆକ୍ରମଣ । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଏକ ମାମଲାରେ ଭାରତର ତଥାକଥିତ ଭୂମିକା ରହିଥିବା ନେଇ ପାକିସ୍ତାନ ଅଭିଯୋଗ ଉଠାଇଥିଲା । କିନ୍ତୁ ଏ ସମ୍ପର୍କରେ ପ୍ରମାଣ ଦେବାରେ ବିଫଳ ହୋଇଛି ।

ଆତଙ୍କବାଦ ବିରୋଧୀ ଅଦାଲତ (ଏଟିସି) ଗତ ମେ ୨୬ରେ ଉପରୋକ୍ତ ମାମଲାକୁ ନେଇ ପାକ୍ ପ୍ରମାଣ ଦେଇନପାରିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବଲୁଚ୍ ଲିବରେସନ ଆର୍ମି (ବିଏଲଏ)ର ସନ୍ଦିଗ୍ଧ ସଦସ୍ୟଙ୍କ ବିରୋଧରେ ମଧ୍ୟ ଚୀନ ଦୂତାବାସକୁ ହୋଇଥିବା ଆକ୍ରମଣ ନେଇ ଅଭିଯୋଗ ଉଠିଥିଲା । କିନ୍ତୁ ସେମିତି କିଛି ପ୍ରମାଣ କୋର୍ଟକୁ ଦିଆଯାଇପାରିନି । ‘ଦ ନ୍ୟୁଜ୍ ଇଣ୍ଟରନ୍ୟାସନାଲ’ର ରିପୋର୍ଟ ଅନୁଯାୟୀ କୋର୍ଟକୁ ଦିଆଯାଇଥିବା ଚାର୍ଜସିଟରେ ଦର୍ଶାଯାଇଛି ଯେ ପାକିସ୍ତାନ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ କ୍ଷତି ପହଞ୍ଚାଇବା ଏବଂ ଚୀନ-ପାକ୍ ଆର୍ଥିକ କରିଡର୍ ପ୍ରୋଜେକ୍ଟରେ ବାଧା ସୃଷ୍ଟି କରିବା ପାଇଁ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍ (‘ର’) ସହିତ ହାତ ମିଳାଇ ବିଦ୍ରୋହୀ ବଲୁଚ ଲିବରେସନ୍ ଆର୍ମି ଦ୍ୱାରା କରାଚିସ୍ଥିତ ଚୀନ ଦୂତାବାସ ଉପରେ ଆକ୍ରମଣ କରାଯାଇଥିଲା । ଏଭଳି ଅଭିଯୋଗ କରିଥିବା ପାକିସ୍ତାନ କିନ୍ତୁ ଏଟିସିରେ ପ୍ରମାଣ ଦାଖଲ କରିପାରିନି । ଫଳରେ କୋର୍ଟର ୭ଜଣିଆ ବିଚାରକ ମଣ୍ଡଳୀ ଉକ୍ତ ମାମଲାର ଯାଞ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜୁଲାଇ ୭ରେ ଅଭିଯୋଗକାରୀଙ୍କୁ ଅଦାଲତରେ ହାଜିର୍ ହେବା ନେଇ ସୁନିଶ୍ଚିତ କରନ୍ତୁ । କାରଣ ବିଗତ ୪ ଶୁଣାଣିରେ ଅଭିଯୋଗକର୍ତ୍ତାଙ୍କ ଅନୁପସ୍ଥିତି ରହିଛି ଓ ଉପଯୁକ୍ତ ପ୍ରମାଣ ମିଳିପାରିନି । ଗତ ଜାନୁଆରୀରେ କୋର୍ଟ ୫ ଜଣଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଅପରାଧୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ସହଯୋଗ କରିବା ନେଇ ସେମାନଙ୍କ ବିରୋଧରେ ଗୁରୁତ୍ୱର ଅଭିଯୋଗ ରହିଥିଲା । ଉଲ୍ଲେଖଯୋଗ୍ୟ ଯେ ୨୦୧୮ ନଭେମ୍ବର ୨୩ରେ ବିପୁଳ ଅସ୍ତ୍ରଶସ୍ତ୍ର ସହ ୩ ଆତଙ୍କବାଦୀ କରାଚିସ୍ଥିତ ଚୀନ ଦୂତାବାସ ଉପରେ ଆକ୍ରମଣ କରିଥିବା କରିଥିଲେ । ଏଥିରେ ସୁରକ୍ଷାକର୍ମୀ ଓ ଭିସା ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଶାଇ ୪ ଜଣ ପ୍ରାଣ ହରାଇଥିଲେ । ପରେ ଆକ୍ରମଣକାରୀଙ୍କ ପରିଚୟ ଅବଦୁଳ ରଜ୍ଜାକ, ରଇସ୍ ବଲୁଚ ଓ ଅଜଲ ବଲୁଚ ବୋଲି ଘୋଷଣା କରାଯାଇଥିଲା । ଏମାନେ ସମସ୍ତେ ପୋଲିସ ଏନକାଉଣ୍ଟରରେ ମରିଥିଲେ । ସେମାନଙ୍କ ନିକଟରୁ ବିପୁଳ ହତିଆର, ଗୋଳା ବାରୁଦ ଓ ବିସ୍ଫୋରକ ସାମଗ୍ରୀ ମିଳିଥିଲା । ସେହିପରି ଆକ୍ରମରରେ ସହଯୋଗ କରିଥିବା ଅଭିଯୋଗରେ ଅହମଦ ହସନୈନ, ମୁହମ୍ମଦ ଅସଲମ, ନାଦିର ଖାନ, ଅଲି ଅହହମଦ ଓ ଅବଦୁଲ ଲତିଫଙ୍କୁ କୋର୍ଟଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇଥିଲା । ଯାଞ୍ଚ ଅଧିକାରୀଙ୍କ କହିବା ଅନୁସାରେ ଲତିଫ ଓ ଅସଲମ ଗିରଫ ହେବାର ଏକ ସପ୍ତାହ ପୂର୍ବରୁ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଆଗରେ ନିଜ ଦୋଷ ସ୍ୱୀକାର କରିନେଇଥିଲେ।

ଏହାବ୍ୟତୀୟ ବିଏଲଏ ପ୍ରମୁଖ ହିରବେୟର୍ ମାରିଙ୍କ ସମେତ କରୀମ ମାରି, ବଶିର ଜୈବ, ଅସଲମ ବଲୁଚ, ନୁର ବଖ୍ଶ ମେଙ୍ଗଲ, ରହମାନ ଗୁଲ, ନିସାର, ଗୈଣ୍ଡି, ଶେଖୁ ଶରିଫ, ହମାଲ, ଆଗା ଶେର ଦିଲ୍ ଏବଂ ମୁଂଶୀ ନାମରେ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ୍ । ଏହି ମାମଲାରେ ସମସ୍ତଙ୍କୁ ପଳାତକ ଘୋଷିତ କରାଯାଇଛି। ସେହିପରି ବିଏଲଏ ପ୍ରମୁଖ ହିରବେୟର ମାରିକୁ ଗିରଫ କରିବା ପାଇଁ ଇଣ୍ଟରପୋଲ ସହ ଯୋଗାଯୋଗ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଯାହାହେଉ ଭାରତ ବିରୋଧରେ ପାକିସ୍ତାନ ସର୍ବଦା ଷଡ଼ଯନ୍ତ୍ର କରିଆସୁଛି । କିନ୍ତୁ ଭାରତର ‘ର’ ବିରୋଧରେ ରଚିଥିବା ଚକ୍ରାନ୍ତ କୋର୍ଟରେ ଫେଲ୍ ମାରିବା ପରେ ସମଗ୍ର ବିଶ୍ୱ ଆଗରେ ପାକ୍ ର ଅସଲ ଉଦ୍ଦେଶ୍ୟ ଜଣାପଡ଼ିଯାଇଛି ।

Get real time updates directly on you device, subscribe now.