fbpx

ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନର ନୂଆ ଚକ୍ରାନ୍ତ: ପଲଟୱାର କରିବ INDIA !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟତା ପ୍ରତ୍ୟାହାରକୁ ୩ ବର୍ଷ ପୁରଣ ହୋଇଛି । ୩ ବର୍ଷ ତଳେ ଠିକ ଆଜିର ଦିନରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା ଏହି ବିଲକୁ ସଂସଦରେ ଉପସ୍ଥାପନ କରି ଏହାକୁ ପ୍ରତ୍ୟାହାର କରିଥିଲେ । ଯାହାକି ପାକିସ୍ତାନ ପାଇଁ ଏକ କଡା ଜବାବ ପାଲଟିଥିଲା । ଏହାପରେ ମଧ୍ୟ ପାକିସ୍ତାନ ଆଜି ବି ନିଜ ଛୋଟ ଏବଂ ଘୃଣ୍ୟ କାରନାମାରେ ପଛଘୁଞ୍ଚା ଦେଉନାହିଁ । ସୋସିଆଲ ମିଡିଆରେ ଭାରତ ବିରୁଦ୍ଧରେ ପ୍ରଚାର ପ୍ରସାର କରିବା ପାଇଁ ଏକ ଟୁଲକିଟ୍ ପ୍ରସ୍ତୁତ କରିଛି ପାକିସ୍ତାନ । ତେବେ ଏହାର ଉତ୍ତର ଦେବାକୁ ଅଣ୍ଟା ଭିଡିଛି ଭାରତୀୟ ଗୁପ୍ତଚର ସଂସ୍ଥା ।

ପାକିସ୍ତାନ ଭାରତକୁ ବଦନାମ କରିବାକୁ ଚେଷ୍ଟା କରୁଥିବା ବେଳେ ଖାଲି ହାତରେ ଫେରିଛି । କିନ୍ତୁ ପ୍ରକୃତି ନୈବ ମୁଚ୍ୟତେ ଭଳି ବର୍ତ୍ତମାନ ପାକିସ୍ତାନ ୧୫ ଫର୍ଦ୍ଦ ବିଶିଷ୍ଟ ଭାରତ ବିରୋଧୀ ଟୁଲକେଟ୍ ପ୍ରସ୍ତୁତ କରୁଥିବା ଜଣାଯାଇଛି । ଏହାକୁ ନେଇଏକ ଡେଜିୟର ପ୍ରସ୍ତୁତ କରୁଛି ପାକ୍ ଏଜେନ୍ସି । ଚୀନ୍, ବେଲଜିୟମ, ଜାପାନ ଏବଂ ୟୁକ୍ରେନ୍ ସମେତ ଦୁବାଇ, ବର୍ମିଂହାମ, ଅଷ୍ଟ୍ରେଲିଆ, ଇଟାଲି, ଡେନମାର୍କ ଏବଂ ଜର୍ମାନିରେ ପାକିସ୍ତାନର ଦୂତବାସଙ୍କ ଦ୍ୱାରା ଏହାକୁ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରାଯିବାକୁ ଯୋଜନା କରୁଛି ପାକିସ୍ତାନ ।

ଭାରତ ୫ ଅଗଷ୍ଟ ୨୦୧୯ରୁ କାଶ୍ମୀରରେ ଏକତରଫା ତଥା ବେଆଇନ୍ ଶାସନ ଚଳାଇ ଆସୁଥିବା ଏଥିରେ ଉଲ୍ଲେଖ ରହିଛି । ଯାହାକୁ ବଦଳାଇବା ଉଚିତ୍ ବୋଲି ପାକ୍ ଦାବି କରିଛି । ଏଥି ସହିତ କାଶ୍ମୀର ଲୋକଙ୍କ ବିରୋଧରେ ହେଉଥିବା ଅତ୍ୟାତାର ଏବଂ ମାନବାଧିକାର ଉଲ୍ଲଂଘନକୁ ବନ୍ଦ କରାଯାଉ ।

ତେବେ ପାକିସ୍ତାନୀ ଏଜେନ୍ସିମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଭାରତ ବିରୋଧୀ ବାର୍ତ୍ତାକୁ ସାମନା କରିବା ପାଇଁ ଭାରତର ଗୁପ୍ତଚର ସଂସ୍ଥା ମଧ୍ୟ ଏକ ଡେଜିୟର ପ୍ରସ୍ତୁତ କରିଛନ୍ତି । ଯାହାକି ପାକିସ୍ତାନ ପାଇଁ ଏକ ଶକ୍ତ ପଲଟୱାର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.