fbpx

ପାକିସ୍ତାନ ପ୍ରଧାନମନ୍ତ୍ରୀ ୨ ଦିନ ପୂର୍ବରୁ ନେଇଥିଲେ ଟିକା, ଆଜି ହୋଇଗଲେ ପଜିଟିଭ୍

ଇସଲାମାବାଦ୨୦ ।୩: ସାରା ବିଶ୍ୱରେ କରୋନା ମହାମାରି ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଟିକା ନେବାର ମାତ୍ର ଦୁଇ ଦିନ ପରେ ପାକିସ୍ତାନ ପିଏମ କରୋନା ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଡାକ୍ତର ସୁଲତାନ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କରୋନା ପଜିଟିଭ୍ ହେବା ପରେ ଏବେ କ୍ୱାରେଣ୍ଟାଇନରେ ରହିଛନ୍ତି ଇମରାନ୍ ।

ପ୍ରଧାନମନ୍ତ୍ରୀ ଇମରାନ ଖାନ ୨ ଦିନ ପୂର୍ବରୁ ଚାଇନାର ଟିକା ଗ୍ରହଣ କରିଥିଲେ । ୧୮ ମାର୍ଚ୍ଚରେ କରୋନା ଡୋଜ୍ ନେବା ପରେ ପାକିସ୍ତାନର ଜନତାଙ୍କୁ ମହାମାରୀର ବୃଦ୍ଧିକୁ ରୋକିବା ପାଇଁ ନିୟମ ପାଳନ କରିବା ପାଇଁ ନିବେଦନ କରିଥିଲେ ।

ତେବେ ପାକିସ୍ତାନରେ ଗ୍ ୨୪ ଘଣ୍ଟାରେ ମଧ୍ୟରେ ୩,୮୭୬ ନୂଆ ମାମଲା ସାମ୍ନାକୁ ଆସିଛି । ଏହାରି ସହ ଦେଶରେ ସଂକ୍ରମଣ ଦର ୯.୪ ପ୍ରତିଶତ ବଢିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୬,୨୩,୧୩୫ ଲୋକ ସଂକ୍ରମଣ ହୋଇଛନ୍ତି ।

Get real time updates directly on you device, subscribe now.