fbpx

ସିଦ୍ଧୁଙ୍କୁ ମନ୍ତ୍ରୀପଦ ପାଇଁ ଫୋନ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: କ୍ୟାପଟେନ୍ କଲେ ବଡ ଖୁଲାସା

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ ଅଭିଯୋଗ ଆଣିଛନ୍ତି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଅମରିନ୍ଦର କହିଛନ୍ତି ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ଫୋନ କରିଥିଲେ । ଏପରିକି ଇମ୍ରାନଙ୍କ କିଛି ନିକଟତର ଲୋକ ମଧ୍ୟ ସମାନ କଲ ଏବଂ ମେସେଜ କରିଥିଲେ । ଏହି ଘଟଣା ସମ୍ପର୍କରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲେ । ସୋନିଆ ନୀରବ ରହିଥିବା ବେଳେ ଏହା କରିବା ସିଦ୍ଧୁଙ୍କ ମୁର୍ଖାମୀ ବୋଲି କହିଥିଲେ ପ୍ରିୟଙ୍କା ।

ଭାରତର ଏକ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଫୋନ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏହି ଘଟଣା ଉପରେ ସନ୍ଦେହ ହେବାରୁ ସେ ତୁରନ୍ତ ମେସେଜ ଫରୱାର୍ଡ କରି ଦେଇଥିଲେ । ଏହା ପୂର୍ବରୁ ଇମ୍ରାନ ଖାନଙ୍କୁ ନିଜର ବଡ ଭାଇ ବୋଲି ସମ୍ବୋଧନ କରି ବିବାଦରେ ରହିଥିଲେ ସିଦ୍ଧୁ । ଏହି କଲ ଏବଂ ମେସେଜର ସମସ୍ତ ଡିଟେଲ ତାଙ୍କ ନିକଟରେ ସୁରକ୍ଷିତ ରହିଛି ବୋଲି ମଧ୍ୟ କ୍ୟାପଟେନ ଦାବି କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତ ଫେବୃୟାରୀ ୨୦ ତାରିଖରେ ପଞ୍ଜାବରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ଏହା ୧୪ ତାରିଖରେ ହୋଇଥାନ୍ତା ମାତ୍ର ରବିଦାସ ଜୟନ୍ତୀ ପାଇଁ ଏହାକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.