ପିଓଜେକେରେ ମୃତଦେହ ଗାଏବ କରୁଛି ପାକିସ୍ତାନୀ ସେନା!

ନିଜ ଅଧିକାର ପାଇଁ ପ୍ରତିବାଦ କରୁଥିବା ନୀରିହ ଜନତାଙ୍କୁ ପାକିସ୍ତାନ ସେନା ହତ୍ୟା କରୁଛି। ଇତି ମଧ୍ୟରେ ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିବା ବେଳେ ଶହଶହ ଲୋକ ଆହତ ହୋଇଛନ୍ତି

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓଜେକେ) ଚାରିଛି ନର ସଂହାର। ନିଜ ଅଧିକାର ପାଇଁ ପ୍ରତିବାଦ କରୁଥିବା ନୀରିହ ଜନତାଙ୍କୁ ପାକିସ୍ତାନ ସେନା ହତ୍ୟା କରୁଛି। ଇତି ମଧ୍ୟରେ ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିବା ବେଳେ ଶହଶହ ଲୋକ ଆହତ ହୋଇଛନ୍ତି। ଅନେକ ଲୋକଙ୍କ ପତ୍ତା ମିଳୁଛି। ସେମାନଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଉଥିବା ଆନ୍ଦୋଳନର ନେତୃତ୍ୱ ନେଉଥିବା ଜ୍ୱାଇଣ୍ଟ ଅୱାମୀ ଆକ୍ସନ କମିଟି (ଜେଏଏସି)।

ଜେଏଏସି ସଦସ୍ୟ ସରର୍ଦ୍ଦାର ଉମର ନାଜିର କଶ୍ମୀରୀ ଶନିବାର ସୋସିଆଲ ମିଡିଆ ମଞ୍ଚ ‘ଏକ୍ସ’ରେ କହିଛନ୍ତି; ଗତ ୪ ଦିନ ଧରି ପାକିସ୍ତାନୀ ସୁରକ୍ଷାବାହିନୀ ପ୍ରଦର୍ଶନକାରୀଙ୍କ ଉପରେ କଠୋର ପଦକ୍ଷେପ ନେଇଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବଳପୂର୍ବକ ଦମନ କରିବାକୁ ଚେଷ୍ଟା କରାଯାଉଛି।

ସଂଗଠନ ପକ୍ଷରୁ ଜାରି ଅନ୍ୟ ଏକ ପୋଷ୍ଟରେ କୁହାଯାଇଛି; ମୁଜାଫରାବାଦ ସମେତ ଅନେକ ଅଞ୍ଚଳରେ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ରାସ୍ତାରେ ପ୍ରତିବାଦ କରୁଛନ୍ତି। ନିଜର ମୌଳିକ ଅଧିକାର ଫେରାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

Uttarakhand Govt.

ମାନବାଧିକାର ସଂଗଠନର ଚିନ୍ତା: ଏହି ମଧ୍ୟରେ ଆମେରିକାସ୍ଥିତ ହ୍ୟୁମାନ ରାଇଟ୍ସ ଫାଉଣ୍ଡେସନ (ଏଚ୍‌ଆର୍‌ଏଫ୍) ପିଓଜେକେରେ ପ୍ରଦର୍ଶନକାରୀଙ୍କ ବିରୋଧରେ କଥିତ ବଳ ପ୍ରୟୋଗ ରିପୋର୍ଟକୁ ନେଇ ଚିନ୍ତା ପ୍ରକାଶ କରିଛି। ସଂଗଠନ ପାକିସ୍ତାନକୁ ହିଂସାତ୍ମକ କାର‌୍ୟ୍ୟାନୁଷ୍ଠାନ ବନ୍ଦ କରିବା, ମୋବାଇଲ ଯୋଗାଯୋଗ ସେବା ପୁନଃସ୍ଥାପନ କରିବା ଓ ବଳ ପ୍ରୟୋଗର ନିରପେକ୍ଷ ତଦନ୍ତ କରିଛି।

ଏଚ୍‌ଆର୍‌ଏଫ୍ ଅଭିଯୋଗ କରିଛି; ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା ହଜାର ହଜାର ଲୋକଙ୍କ ଉପରେ ଗୁଳି ଚଳା ଯାଇଛି। ସଂଗଠନ ଏହା ମଧ୍ୟ କହିଛି ଯେ, ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁସାରେ କିଛି ଘଟଣାରେ ପ୍ରମାଣ ଲୁଚାଇବା ପାଇଁ ହସ୍ପିଟାଲରୁ ମୃତଦେହ ହଟାଯାଇଛି। ଅନେକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି।

ୟୁକେପିଏନ୍‌ପି ପହଞ୍ଚିଲା ଜାତିସଂଘ ମୁଖ୍ୟାଳୟ: ଅନ୍ୟପକ୍ଷରେ ୟୁନାଇଟେଡ୍ କଶ୍ମୀର ପିପୁଲ୍ସ ନ୍ୟାସନାଲ ପାର୍ଟି (ୟୁକେପିଏନ୍‌ପି)ର ଏକ ପ୍ରତିନିଧିମଣ୍ଡଳ ଅଧ୍ୟକ୍ଷ ସରଦାର ଶୌକତ ଅଲି କଶ୍ମୀରୀଙ୍କ ନେତୃତ୍ୱରେ ଜାତିସଂଘ ମୁଖ୍ୟାଳୟରେ ପହଞ୍ଚିଛି। ପ୍ରତିନିଧିମଣ୍ଡଳୀ ଜାତିସଂଘ ଅଧିକାରୀମାନଙ୍କ ସହ ଆଲୋଚନା କରି ପିଓଜେକେରେ କଥିତ ମାନବାଧିକାର ଉଲ୍ଲଂଘନକୁ ନେଇ ଚିନ୍ତା କରିଛନ୍ତି। ଏହି ସଂଗଠନ ଆନ୍ତର୍ଜାତିକ ସମୁଦାୟକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି।