fbpx

୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ, ଆହୁରି ୫୬୮ଜଣ ଜେଲ୍‌ରେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନରେ ଜେଲରେ ଥିବା ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡିଲା ପାକିସ୍ତାନ ।ପାକିସ୍ତାନର ଆଞ୍ଚଳିକ ଜଳ ସୀମା ଭିତରେ ବେଆଇନ ଅନୁ ପ୍ରବେଶ ଅଭିଯୋଗ କରି ପାକିସ୍ତାନ ସୀମା ସୁରକ୍ଷା ବାହିନୀ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରି ଜେଲରେ ଅଟକ ରଖିଥିଲା । ତେବେ ମାନବିକତା ଆଧାରରେ ପାକିସ୍ତାନ ସୋମବାର ଦିନ ୱାଘା ସୀମା ପାର କରାଇ ଭାରତକୁ ମତ୍ସ୍ୟଜୀବୀ ମାନଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ତେବେ ପାକିସ୍ତାନ ଜେଲରେ ଆହୁରି ୫୬୮ ଭାରତୀୟ ମତ୍ସ୍ୟଜୀବୀ ରହିଛନ୍ତି ବୋଲି ଡେପୁଟୀ ସୁ ରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ଅଜିମ ଥେବୋ କହିଛନ୍ତି । ସୂଚନା ମୁତାବକ ପାକିସ୍ତାନରେ ବର୍ତ୍ତମାନ ୫୧ ଜଣ ସାଧାରଣ ଭାରତୀୟ ନାଗରିକଙ୍କ ସହିତ ୫୭୭ ମତ୍ସ୍ୟଜୀବୀ ଅଛନ୍ତି । ସେହିପରି ଭାରତ ଜେଲରେ ପାକିସ୍ତାନର ୨୮୨ ସାଧାରଣ ଲୋକଙ୍କ ସହିତ ୭୩ ମତ୍ସ୍ୟଜୀବୀ ଅଛନ୍ତି ବୋଲି ଜଣା ପଡିଛି ।

Get real time updates directly on you device, subscribe now.