fbpx

FATF ଗ୍ରେ ତାଲିକାରେ ରହିଲା ପାକିସ୍ତାନ; ନୂତନ ଭାବରେ ସାମିଲ ହେଲା ତୁର୍କୀ

ନୂଆଦିଲ୍ଲୀ: ପୁନର୍ବାର ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି ପାକିସ୍ତାନ । ଅର୍ଥ ହେରଫେର ଓ ଆତଙ୍କୀ ଅର୍ଥ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ(ଏଫଏଟିଏଫ୍) ପକ୍ଷରୁ ଗୁରୁବାର ଏହି ତାଲିକା ପ୍ରକାଶ ପାଇଛି । ପାକିସ୍ତାନ ପୂର୍ବବତ ଗ୍ରେ ତାଲିକାରେ ନିଜର ସ୍ଥାନ ବଜାୟ ରଖିଛି । ସେହିପରି ତିନୋଟି ନୂତନ ରାଷ୍ଟ୍ର ତୁର୍କୀ, ଜୋର୍ଡାନ ଓ ମାଲି ଏହି ତାଲିକାର ଗ୍ରେ ଲିଷ୍ଟରେ ସାମିଲ ହେବା ନେଇ ଏଫଏଟିଏଫ୍ ସଭାପତି ମାର୍କସ ପ୍ଲେୟର ସୂଚନା ଦେଇଛନ୍ତି ।

ପାକିସ୍ତାନ ଏ ପର୍ଯ୍ୟନ୍ତ ଏଫଏଟିଏଫର ମାନଦଣ୍ଡ ପୂରା କରି ପାରିନାହିଁ । ଚଳିତ ବର୍ଷ ଜୁନରେ ଏଫଏଟିଏଫ ପାକିସ୍ତାନକୁ କଳା ଧନ ଉପରେ ରୋକ୍ ନଲଗାଇବା, ଆତଙ୍କବାଦଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ଅଭିଯୋଗରେ ଗ୍ରେ ଲିଷ୍ଟରେ ରଖିଥିଲା । ଏଫଏଟିଏଫ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ହାଫିଜ ସଇଦ ତଥା ମସୁଦ ଅଜହର ପରି ଲୋକଙ୍କ ବିରୋଧରେ ଯାଞ୍ଚ କରିବା ଏବଂ ମୋକଦ୍ଦମା ଚଳାଇବାକୁ ପାକିସ୍ତାନକୁ କହିଥିଲା । ହେଲେ ପାକିସ୍ତାନ ଲୋକ ଦେଖାଣିଆ ଗିରଫ କରିଥିଲେ ମଧ୍ୟ ତୃଣମୂଳସ୍ତରରେ ଆଖି ଦୃଶିଆ ପଦକ୍ଷେପ ନେଇନଥିଲା । ତେଣୁ ଏଥର ମଧ୍ୟ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯିବାର ପୂରା ସମ୍ଭାବନା ରହିଛି । ଉଲ୍ଲେଖନୀୟ ଏଫଏଟିଏଫର ତିନି ଦିନିଆ ଅଧିବେଶନ ଅକ୍ଟୋବର ୧୯ରୁ ଆରମ୍ଭ ହୋଇଥିଲା । ଆଜି ହେଉଛି ବୈଠକର ଶେଷ ଦିନ ।

Get real time updates directly on you device, subscribe now.