ପାକିସ୍ତାନ ସ୍ୱାଧୀନତା ଦିବସରେ ଅଦ୍ଧ ନଙ୍ଗୁଳୀ ଡ୍ୟାନ୍ସ! ଫିଡ଼ିକିଲେ ଚରମପନ୍ଥୀ

ଦୁବାଇରେ ବସବାସ କରୁଥିବା ପାକିସ୍ତାନୀମାନେ ସ୍ୱାଧୀନତା ଦିବସ ପାଳନ କରିଥିଲେ। ସକାଳେ ପତକା ଉତ୍ତୋଳନ କରିଥିଲେ। ପରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ହଟ୍ ଡ୍ୟାନ୍ସ

ନୂଆଦିଲ୍ଲୀ: ପାକିସ୍ତାନ ସ୍ୱାଧୀନତା ଦିବସରେ ପରିବେଷଣ ହୋଇଥି ହଟ୍ ଡ୍ୟାନ୍ସ। ଦୁବାଇରେ ହୋଇଥିବା କାର୍ଯ୍ୟକ୍ରମରେ ଏହି ହଟ୍ ଡ୍ୟାନ୍ସ ହୋଇଛି। ଯେଉଁଥିରେ ଯୁବତୀମାନେ ଅଳ୍ପ ଡ୍ରେସ ପିନ୍ଧି ନାଚୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନର ଚରମପନ୍ଥୀ ଫିଡ଼ିକି ଯାଇଛନ୍ତି।

ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ପାଳିଛି ତା’ର ସ୍ୱାଧୀନତା ଦିବସ। ଏହି ଦିବସକୁ କେବଳ ପାକିସ୍ତାନ ନୁହେଁ, ଅନେକ ମୁସଲମାନ ଦେଶରେ ଧୂମ୍‌ଧାମରେ ପାଳନ କରାଯାଇଛି। ଠିକ୍ ସେମିତି ଦୁବାଇରେ ବସବାସ କରୁଥିବା ପାକିସ୍ତାନୀମାନେ ସ୍ୱାଧୀନତା ଦିବସ ପାଳନ କରିଥିଲେ। ସକାଳେ ପତକା ଉତ୍ତୋଳନ କରିଥିଲେ। ପରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ହଟ୍ ଡ୍ୟାନ୍ସ। ଯେଉଁଥିରେ ଯୁବତୀମାନେ ଅର୍ଦ୍ଧ ଫୁଙ୍ଗୁଳା ଡ୍ରେସରେ ଆଇଟମ୍ ଗୀତରେ ନାଚିଥିଲେ।

ଆଉ ଆୟୋଜକମାନେ ନୃତ୍ୟକୁ ମନୋଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସ୍ୱାଧୀନତା ଦିବସରେ ହେଉଥିବା ଏପରି ନୃତ୍ୟକୁ ପାକିସ୍ତାନର ଚରମପନ୍ଥୀ ବିରୋଧ କରିଛନ୍ତି। ଏହାକୁ ‘ହରାମ’ (ଇସଲାମୀ ଦୃଷ୍ଟିକୋଣରୁ ଭୁଲ) ବୋଲି କହିଛନ୍ତି।

ନାଇଟ୍ କ୍ଲବ୍‌ର ଭିଡିଓ ଭାଇରାଲ୍: ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଦୁବାଇର ‘ମୋଜୋ ନାଇଟ୍ କ୍ଲବ୍’ର ବୋଲି କୁହାଯାଉଛି। ‘ସୋଚ ପାକିସ୍ତାନ’ ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ଶେୟାର କରାଯାଇଛି। ଭିଡିଓରେ ନାଇଟ କ୍ଲବ ଭିତରେ କେତେକ ମହିଳା ଛୋଟ ପୋଷାକ ପିନ୍ଧି ନୃତ୍ୟ କରୁଥିବା ଦେଖାଯାଉଛି। ନୃତ୍ୟଶିଳ୍ପୀଙ୍କ ପଛପଟେ ଥିବା ଏଲଇଡି ସ୍କ୍ରିନ୍‌ରେ ପାକିସ୍ତାନୀ ପତାକା ପ୍ରଦର୍ଶିତ ହେଉଥିଲା। ଏହି ଭିଡିଓକୁ ପାକିସ୍ତାନର ସ୍ୱାଧୀନତା ଦିବସ ଉତ୍ସବର ଏକ କାର‌୍ୟ୍ୟକ୍ରମ ବୋଲି ଦାବି କରି ଶେୟାର କରାଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଏହା ଭାଇରାଲ୍ ହୋଇଯାଇଥିଲା।

ସୋସିଆଲ ମିଡିଆରେ ତୀବ୍ର ବିତର୍କ: ଏହି ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି। ଅନେକ ୟୁଜର୍ ଏହାକୁ ଇସଲାମୀ ଦୃଷ୍ଟିକୋଣରୁ ଭୁଲ ବୋଲି କହି ଏଭଳି ଆୟୋଜନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ମତରେ, ଏଭଳି ଛୋଟ ପୋଷାକ ପିନ୍ଧି ଯୁବତୀଙ୍କ ନୃତ୍ୟକୁ କୌଣସି ପରିସ୍ଥିତିରେ ଇସଲାମୀ ଯଥାର୍ଥ ବୋଲି କୁହାଯାଇପାରିବ ନାହିଁ। ସେମାନେ ଏହାକୁ ଏକ ଭୁଲ ପରମ୍ପରା ବୋଲି କହିଛନ୍ତି।