fbpx

ଇସ୍ତଫା ଦେଲେ ପାକିସ୍ତାନର ହକି କୋଚ୍, ୧୨ ମାସ ହେଲା ମିଳିନଥିଲା ଦରମା

ନୂଆଦିଲ୍ଲୀ: ପାକିସ୍ତାନ ବର୍ତମାନ ଗମ୍ଭୀର ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ସରକାର ଋଣ ଭାରରେ ବୁଡି ରହିଥିବା ବେଳେ ଲୋକମାନେ ଦିନକୁ ମୁଠାଏ ଖାଇବା ପାଇଁ ମଧ୍ୟ ସଂଘର୍ଷ କରୁଥିବା ଖବର ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ଖବର ଆସିଛି ଯେ, ଦରମା ଦେଇ ନପାରିବାରୁ ପାକିସ୍ତାନ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ସିଗଫ୍ରିଡ ଆଇକମାନ ତାଙ୍କ ପଦରୁ ଇସ୍ତାଫା ଦେଇଛନ୍ତି। ଆଇକମ୍ୟାନଙ୍କ କହିବାନୁସାରେ, ତାଙ୍କୁ ଗତ ଏକ ବର୍ଷ ହେଲା ଦରମା ମିଳିନଥିଲା, ଯେଉଁଥିପାଇଁ ସେ ମେ ୧୨, ୨୦୨୩ରେ ଇସ୍ତଫା ଦେଇଛନ୍ତି। ସିଗଫ୍ରିଡ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଘୋଷଣା କରିଛନ୍ତି।

ଆୟକମାନ ଗତ ବର୍ଷ ବେତନ ବିବାଦକୁ ନେଇ ପାକିସ୍ତାନରୁ ଘରକୁ ଫେରିଥିଲେ ଏବଂ ତାଙ୍କ ଦରମା ଦେବାର ଅପେକ୍ଷାରେ ଏହି ପଦ ଛାଡି ନଥିଲେ ମଧ୍ୟ କୌଣସି ସମାଧାନ ହୋଇ ନ ଥିବାରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଆଇକମ୍ୟାନ୍ ତାଙ୍କ ଇସ୍ତଫାକୁ ପାକିସ୍ତାନ ହକି ଫେଡେରେସନ୍ (PHF) କୁ ପଠାଇବା ସମୟରେ ଡଚ୍ ପ୍ରଶିକ୍ଷକ ରୋଲାଣ୍ଟ ୱାଉଟର ଓଲଟମାନ୍ସ ପାକିସ୍ତାନରେ ପହଞ୍ଚିଥିଲେ ଏବଂ ୨୧ ମେ ରବିବାର ରାତିରେ ଏସିଆ ଜୁନିଅର କପ୍ ପାଇଁ ମସ୍କାଟ ଅଭିମୁଖେ ଯାତ୍ରା କରିବେ।

ତେବେ ବର୍ତମାନ ଓଲ୍ଟମାନ୍ସଙ୍କ ଦରମା କିଏ ଦେବେ କିମ୍ବା ବକେୟା ପ୍ରଦାନ କରାଯିବ କି ନାହିଁ ସେ ନେଇ PHF ତରଫରୁ କୌଣସି ସରକାରୀ ବିବୃତ୍ତି ମିଳିନାହିଁ। ଯଦିଓ ପାକିସ୍ତାନ ସ୍ପୋର୍ଟସ ବୋର୍ଡ (ପିଏସବି) ଏହା ଡଚ୍ କୋଚଙ୍କୁ ଦରମା ପ୍ରଦାନ କରିବ ବୋଲି କହିଛି। ତେବେ ଜଣେ PHF ଅଧିକାରୀ କହିଛନ୍ତି, “ଆମେ ଡୋନେସନ ଏବଂ ପ୍ରୟୋଜକମାନଙ୍କ ମାଧ୍ୟମରେ ଅର୍ଥ ସଂଗ୍ରହ କରି ଓମାନକୁ ପାଣ୍ଠି ଦଳ ପଠାଇଛୁ।

Get real time updates directly on you device, subscribe now.