fbpx

ପାକିସ୍ତାନୀ ମିଡିଆରେ ତାଲିବାନୀ ପ୍ରଭାବ: ଲାଇଭ୍ ଶୋରେ ଆଙ୍କର୍ ପିନ୍ଧିଲେ ବୁର୍ଖା

ନୂଆଦିଲ୍ଳୀ: ଆଫଗାନିସ୍ତାନ ଉପରେ ଏବେ ତାଲିବାନ ମାନଙ୍କ ଶାସନ ଚାଲିଛି । ତେବେ ଏହି ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଥିବା ପ୍ରଥମ ଦେଶ ହେଉଛି ପାକିସ୍ତାନ । ତେବେ ସେମାନଙ୍କ ଶାସନର ପ୍ରଭାବ ଏବେ ପାକ୍ ଉପରେ ବି ପଡ଼ୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାର ଗଣମାଧ୍ୟମ ଉପରେ ବି ଏହାର ବିଚାରଧାରାର ପ୍ରଭାବ ପଡ଼ିଛି । ସେପ୍ଟେମ୍ବର ୧୬ ତାରିଖରେ ପାକିସ୍ତାନ ନ୍ୟୁଜ ଚ୍ୟାନେଲର ଆଙ୍କର୍ ବୁର୍ଖା ପିନ୍ଧିବାକୁ ସମର୍ଥନ କରି ଲାଇଭ୍ ଶୋରେ କ୍ୟାମେରା ଆଗରେ ବୁର୍ଖା ପିନ୍ଧୁଥିବା ଦେଖିବାକୁ ମିଳିଛି । ଆଉ ପିନ୍ଧିବା ପରେ କହିଛନ୍ତି ଯେ, ଏହାକୁ ପିନ୍ଧିବା ପରେ ଚିନ୍ତାଧାରା ବଦଳିବ ନାହିଁ ।

ସୂଚନା ଅନୁସାରେ, ସମା ଟିଭିର ନ୍ୟୁଜ୍ ଆଙ୍କର୍ ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ତେବେ ଏହି ଶୋରେ ପାକିସ୍ତାନୀ ପ୍ରଫେସର୍ ପରଭେଜ୍ ହୁଡଭୋୟ ମଧ୍ୟ ସାମିଲ ଥିଲେ । ଯିଏକି କହୁଥିଲେ, ଏବେ ପାକିସ୍ତାନୀ ୟୁନିଭର୍ସିଟି ରେ ମଧ୍ୟ ଝିଅ ମାନେ ବୁର୍ଖା ପିନ୍ଧିବାକୁ କୁହାଯାଉଛି । ଏହାର ଜବାବରେ ଆଙ୍କର୍ ଚେଇଁ ଉଠୁଥିବା ପ୍ରତୀତ ହେଉଛି ଓ ବୁର୍ଖାକୁ ସମର୍ଥନ କରିବାକୁ ଯାଇ ନିଜେ ଲାଇଭ୍ ବୁର୍ଖା ପିନ୍ଧି ଦେଖାଉଛନ୍ତି ।

କାୟଦେ-ଆଜମ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ପରଭେଜ ହୁଡବୋଇ କହିଥିଲେ, “ମୁଁ ୧୯୭୩ ମସିହାରୁ ଶିକ୍ଷାଦାନ ଆରମ୍ଭ କରିଥିଲି, ସେତେବେଳେ ୪୭ ବର୍ଷ ପୂର୍ବେ ତୁମେ ବୁର୍ଖାରେ ଝିଅ ମାନେ କୋଚିତ୍ ଦେଖିବାକୁ ମିଳୁଥିଲେ । ବର୍ତ୍ତମାନ ହିଜାବ ବୁର୍ଖା ସାଧାରଣ ହୋଇଗଲାଣି । ବର୍ତ୍ତମାନ ସାଧାରଣ ଝିଅଟିଏ ବି ଦେଖିବାକୁ ମିଳୁନି । ସବୁଠି କେବଳ ବୁର୍ଖା ପିନ୍ଧା ଝିଅ ହିଁ ଦେଖିବାକୁ ମିଳୁଛନ୍ତି” ।

Get real time updates directly on you device, subscribe now.