fbpx

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ, ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିସାରିଛି । ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ସାରିଥିବାବେଳେ ଆଜିଠୁ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କ ସହ କୋଭିଡ କଟକଣାରେ ଦାଖଲ କରିବେ ପ୍ରାର୍ଥିତ୍ର । ଏଥର ଲାଗିଛି ଅଙ୍କୁଶ । ଗୋଟିଏ ଗାଡ଼ିକୁ ମିଳିଛି ଅନୁମତି ।

୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ନାମାଙ୍କନ ଦାଖଲ । ୨୨ ତାରିଖ ଯାଞ୍ଚ ପରେ ୨୫ରେ ପ୍ରତ୍ୟାହାର ଓ ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ପାଞ୍ଚ ପର୍ଯ୍ୟାୟରେ ହେବ ଭୋଟ । ୱାର୍ଡ ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ, ସମିତି ସଭ୍ୟ ବ୍ଲକ କାର୍ଯାଳୟରେ ନାମାଙ୍କନ ଦାଖଲ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । କୋଭିଡ କଟକଣାରେ ହେବ ପଞ୍ଚାୟତ ଭୋଟ । ରାଜ୍ୟ ନିର୍ବାଚନ କମିଶନରଙ୍କ କଟକଣା ଅନୁଯାୟୀ ସଭା ସମିତି ଓ ପଥପ୍ରାନ୍ତ ସଭାକୁ ବାରଣ କରାଯାଇଛି । ପ୍ରାର୍ଥୀମାନେ ୫ ଜଣଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିବାକୁ ଅନୁମତି ଦିଆଯାଇଛି । ରାଲି ଏବଂ ରୋଡ ସୋ’କୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏଥର ପୂର୍ବଭଳି ନିର୍ବାଚନ ଦିନ ଭୋଟ ଗଣତି କରାଯିବ ନାହିଁ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ମତଦାତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୨୬, ୨୭, ୨୮ରେ ହେବ ଭୋଟ ଗଣତି । ତାହା ପୁଣି ବ୍ଲକ କାର୍ଯ୍ୟାଳୟରେ ହେବ । ଇତିମଧ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆମ୍ଭ ହୋଇଛି ଘନଘନ ବୈଠକ । ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଡିଜିପିଙ୍କ ପର୍ଯ୍ୟନ୍ତଙ୍କ ଚାଲିଛି ଆଲୋଚନା ।

ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ କାୟାବିସ୍ତାର କରି ଚାଲିଥିବା ବେଳେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସବୁକୁ ଦୃଷ୍ଟିରେ ରଖି କମିଶନ ନିର୍ବାଚନ ପ୍ରକ୍ରିୟା ଜାରି ରଖିଛନ୍ତି । କୋଭିଡ ସମୟରେ ନିର୍ବାଚନ ହୋଇପାରିବ କି ନାହିଁ ତାକୁ ନେଇ ଉପୁଜିଥିଲା ଦ୍ୱନ୍ଦ୍ୱ । ସର୍ବଦଳୀୟ ବୈଠକରେ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ ଘୁଞ୍ଚାଇବାକୁ ପ୍ରସ୍ତାବ ଦେଇଥିଲେ । ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପି ୩ ମାସ ଘୁଞ୍ଚାଇବା ପାଇଁ କହିଥିଲେ । ହେଲେ ନିର୍ବାଚନ କମିଶନ ଉଚିତ ସମୟରେ ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇ ବେଶ୍‌ ସାହସିକତା ଦେଖାଇଛନ୍ତି ।

Get real time updates directly on you device, subscribe now.