fbpx

ପନ୍ତ ଓ ଶାର୍ଦ୍ଦୁଲଙ୍କ ଦୃଢ ବ୍ୟାଟିଂ:୨୫୦ ପାର କଲା ଭାରତର ଅଗ୍ରଣୀ

ନୂଆଦିଲ୍ଲୀ: ଓଭାଲରେ ଖେଳା ଯାଉଥିବା ଚତୁର୍ଥ ଟେଷ୍ଟରେ ଭାରତ ଦୃଢ ସ୍ଥିତିରେ ରହିଛି । ଋଷଭ ପନ୍ତ ଓ ଶାର୍ଦ୍ଦୁଲ ଠାକୁରଙ୍କ ଦୃଢ ବ୍ୟାଟିଂ ବଳରେ ଭାରତର ଅଗ୍ରଣୀ ୨୫୦ ରନ ପାର କରିଛି । ଅଷ୍ଟମ ୱିକେଟରେ ଉଭୟ ଖେଳାଳିଙ୍କ ମଧ୍ୟରେ ଅବିଭାଜିତ ୬୫ ରନର ଭାଗିଦାରୀ ହୋଇଥିବା ବେଳେ ଦଳୀୟ ସ୍କୋର ୩୭୮ ରନ୍ ଛୁଇଁଛି । ପ୍ରଥମ ଇନିଂସରେ ୯୯ ରନରେ ପଛୁଆ ରହିଥିବା ଭାରତୀୟ ଦଳ ଏହା ସହିତ ୨୭୭ ରନର ଅଗ୍ରଣୀ ହାସଲ କରିଛି ।

ରବିବାର ଚତୁର୍ଥ ଦିନର ଖେଳରେ ଭାରତର ଆରମ୍ଭ ଏତେ ଭଲ ରହିନଥିଲା । ରବୀନ୍ଦ୍ର ଜାଡେଜା(୧୬) ଏବଂ ଖାତା ଖୋଲିବା ପୂର୍ବରୁ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କୁ ଆଉଟ କରିଥିଲେ କ୍ରିସ ଓକ୍ସ । ୪୪ ରନ କରିଥିବା ବିରାଟ କୋହଲିଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ମୋଇନ ଅଲୀ । ମାତ୍ର ଋଷଭ ପନ୍ତ(୩୮) ଏବଂ ଶାର୍ଦ୍ଦୁଲ ଠାକୁର(୪୩)ଙ୍କ ମଧ୍ୟରେ ୬୩ ରନର ଭାଗିଦାରୀ ହୋଇଥିଲା । ଏହା ସହିତ ଭାରତର ଅଗ୍ରଣୀ ୨୭୭ ରନରେ ପହଞ୍ଚିଥିଲା ।

Get real time updates directly on you device, subscribe now.