fbpx

୧୭ ବର୍ଷ ପରେ କ୍ରିକେଟ ପଡିଆ ଛାଡିଲେ ପରେଶ ପଟେଲ: ଲିଷ୍ଟ ଏ ରେ ଓଡିଶା ପାଇଁ ମାରିଛନ୍ତି ଶତକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରିକେଟ ପଡିଆକୁ ସୁବଦିନ ପାଇଁ ଟାଟା କରିଛନ୍ତି ଓଡ଼ିଶା ଖେଳାଳି ପରେଶ ପଟେଲ । ୨୦୦୫-୦୬ରେ ଗୋଆ ବିପକ୍ଷରେ ପଦାର୍ପଣ କରିଥିବା ପରେଶ ଦୀର୍ଘ ୧୭ ବର୍ଷ ପରେ ଅବସର ଘୋଷଣା କରିଛନ୍ତି । ୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚ, ୩୬ଟି ଲିଷ୍ଟ ଏ ଏବଂ ୩୨ଟି ଟି-୨୦ ମୁକାବିଲାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି ବାମହାତୀ ଅଲରାଉଣ୍ଡର ପରେଶ ପଟେଲ ।

୨୦ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ପରେଶ ୩୩ଟି ଇନିଂସରୁ ୭୭୬ ରନ କରିଥିବା ବେଳେ ୯ଟି ୱିକେଟ ନେଇଛନ୍ତି । ସେହିପରି ଲିଷ୍ଟ ଏ କ୍ୟାରିୟରରେ ୩୬ ମୁକାବିଲାରୁ ୩୬ଟି ୱିକେଟ ସହିତ ୧୦୫୯ ରନ ସଂଗ୍ରହ କରିଛନ୍ତି ପରେଶ । ଲିଷ୍ଟ ଏରେ ପରେଶ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି । ଅନ୍ୟ ପକ୍ଷରେ ୩୨ଟି ଟି-୨୦ମ୍ୟାଚରୁ ୪୯୫ ରନ ସଂଗ୍ରହ କରିବା ସହିତ ୩୦ଟି ୱିକେଟ ନେଇଛନ୍ତି । ପରେଶଙ୍କ ଅବଦାନ ପାଇଁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଏବଂ ଓସିଏ ତାଙ୍କୁ ଧନ୍ୟବାଦ ଜଣାଉଛି ।

Get real time updates directly on you device, subscribe now.