fbpx

କାଲି ଡିନର ଆଉ ଆଜି ଲଞ୍ଚ ,କଣ ରାଘବଙ୍କୁ ଡେଟ କରୁଛନ୍ତି ପରିଣୀତି ! ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ:ରାଜନେତା ଆଉ ଅଭିନେତ୍ରୀ ଙ୍କ ଯୋଡି ଆଗରୁ ମଧ୍ୟ ଖୁବ ଚର୍ଚ୍ଚା ସାଉଁଟିଛି । ଆଉ ଏବେ କିଛି ଭାଇରଲ ହେଉଥିବା ଫଟୋ ଦେଖି ଲାଗୁଛି ଆଉ ଏକ ନୂଆ ଯୋଡି ଖୁବ ଶୀଘ୍ର ଚର୍ଚ୍ଚାର ବିଷୟ ପାଲଟିବାକୁ ଯାଉଛି ।

ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡାଙ୍କ ସହିତ ନଜର ଆସିଥିଲେ। ଆଉ ଯାହା ଶୁଣିବାକୁ ମିଳୁଛି ଏହି ଯୋଡି ଏବେ ଖୁବ ଦେଖା କରୁଛନ୍ତି । ଗୁରୁବାର ଅପରାହ୍ନରେ ଉଭୟ ଏକ ରେଷ୍ଟୁରାଣ୍ଟରୁ ଏକାଠି ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ଗତକାଲି ରାତ୍ରୀ ଭୋଜନ ପରେ ଏହି ଯୋଡି ଆଜି ମଧ୍ୟାହ୍ନ ଭୋଜନ କରୁଥିବା ନଜର ଆସିଥିଲେ। ଯାହା ପରେ ସେମାନଙ୍କ ସମ୍ପର୍କ ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହେଇଛି ।

ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରଲ ହେଉଛି ଯେଉଁଥିରେ ଦୁହେଁ ରେଷ୍ଟୁରାଣ୍ଟରୁ ବାହାରକୁ ଆସୁଥିବା ଦେଖାଯାଉଛନ୍ତି। ଚିତ୍ରଗୁଡ଼ିକୁ ଦେଖିଲେ ଏହା କୁହାଯାଇପାରେ ଯେ ଦୁହେଁ ପରସ୍ପରର ଅତି ନିକଟତର। ଆଉ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯଦିଓ ଗଣମାଧ୍ୟମର କ୍ୟାମେରା ଦେଖିବା ପରେ ରାଘବ ସିଧା କାରରେ ବସିଥିଲେ କିନ୍ତୁ ପରିଣୀତି ପାପାରାଜି ପାଇଁ ପୋଜ୍ ଦେଇଥିଲେ। କିନ୍ତୁ ଦୁହେଁ ଏକାଠି ପୋଜ୍ କରିନାହାଁନ୍ତି । ଏହି ସମୟରେ ପରିଣୀତି କଳା ଟି-ସାର୍ଟ ସହିତ ଜିନ୍ସ ପିନ୍ଧିଥିବାବେଳେ ରାଘବଙ୍କୁ ସାର୍ଟ ଏବଂ ଜିନ୍ସରେ ମଧ୍ୟ ଦେଖିବାକୁ ମିଳିଥିଲା। ଗତକାଲି ରାତିରେ ମଧ୍ୟ ଉଭୟ ରାତ୍ରୀ ଭୋଜନ ସମୟରେ ଧଳା ପୋଷାକରେ ନଜର ଆସିଥିଲେ।

Get real time updates directly on you device, subscribe now.