fbpx

ରାଜଧାନୀରେ ପାର୍କିଂ ପାଇଁ ନୂଆ କଟକଣା, ନମାନିଲେ ଗଣିବେ ତଣ୍ଡ

ଭୁବନେଶ୍ୱର,୨୫ ।୨(ଓଡିଶା ଭାସ୍କର): ଏଥର ମନଇଛା ରାସ୍ତାରେ ଗାଡି ପାର୍କିଂ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ଗାଡି ପାର୍କିଂ କଲେ ଫାଇନ୍ ଦେବାକୁ ପଡିବ । ରାଜଭବନରୁ କଳାରାହାଙ୍ଗ ଯାଏ ରାସ୍ତାରେ ଗାଡି ପାର୍କିଂ ହୋଇପାରିବନି । ସେହିପରି ଏୟାରପୋର୍ଟରୁ ନାଲକୋ ଛକ, ଶିଶୁଭବନରୁ ବାଣୀବିହାର ଯାଏ ପାର୍କିଂ ମନା ହୋଇଛି । ରସୁଲଗଡରୁ ଜୟଦେବ ବିହାର ରାସ୍ତାରେ ଗାଡି ପାର୍କିଂ ହୋଇପାରିବନି । ଶ୍ରୀୟା ଛକରୁ ପିଏଚଡି ଅଫିସ ଓ ବାପୁଜୀନଗର ଛକ ଯାଏଁ ପାର୍କିଂ ମନା ହୋଇଛି ।

ତେବେ ମନଇଛା ଗାଡି ପାର୍କିଂ କଲେ ୫ ଶହ ଟଙ୍କା ଜୋରିମାନା ଦେବାକୁ ପଡିବ । କ୍ରେନ୍ ବ୍ୟବହାର ହେଲେ ଅଧିକ ଜୋରିମାନା ଭରିବେ ଗାଡି ଚାଳକ । ଏନେଇ ଆଜି ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ।

Get real time updates directly on you device, subscribe now.