fbpx

ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଭିନ୍ନ ସମୟରେ ଚାଲିବ ସଂସଦର ଉଭୟ ଗୃହ

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍) : ସଂସଦର ବଜେଟ୍‌ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଥିବାବେଳେ ଲୋକସଭା ଓ ରାଜ୍ୟସଭା ଭିନ୍ନ ସମୟରେ ଚାଲିବା ନେଇ ସଂସଦ ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବଜେଟ୍‌ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବାହ୍ନ ୧୧ଟାରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ । ରାଜ୍ୟସଭା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ଓ ଲୋକସଭା ଅପରାହ୍ନ ୪ଟାରୁ ରାତି ୯ଟା ଯାଏ ଚାଲିବ ବୋଲି ସୂଚନା ଦିଆଯାଇଛି । କରୋନା କଟକଣା ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟସଭା ସଚିବାଳୟ ପକ୍ଷରୁ କୁହାଯାଇଛି ।

ସେହିପରି ଦୁଇଟି ପର୍ଯ୍ୟାୟରେ ବଜେଟ୍‌ ଅଧିବେଶନ ପରିଚାଳିତ ହେବ । ପ୍ରଥମ ପର୍ଯ୍ୟାୟଟି ଜାନୁଆରୀ ୩୧ ତାରିଖରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟଟି ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ ଫେବୃଆରୀ ୧ ତାରିଖରେ ଲୋକସଭାରେ ଆଗତ ହେବ ।

Get real time updates directly on you device, subscribe now.