fbpx

୭ ଦିନରେ ୫୪ କୋଟି ବର୍ବାଦ; ସଂସଦ ଚାଲିଛି ମାତ୍ର ୧୨ ଘଣ୍ଟା

ନୂଆଦିଲ୍ଲୀ: ଭାରତରେ ଲୋକ ପ୍ରତିନିଧି ମାନେ ଲୋକଙ୍କ ପାଇଁ କେତେ ଚିନ୍ତିତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ୧୯ ଜୁଲାଇରୁ ଆରମ୍ଭ ହୋଇଥିବା ସଂସଦୀୟ ମୌସୁମୀ ଅଧିବେଶନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ୯ ଦିନ ହେବ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିଗତ ୭ ଦିନ ମଧ୍ୟରେ ଦେଶର ଲୋକ ପ୍ରତିନିଧି ମାନେ ପ୍ରାୟ ୫୪ କୋଟି ଟଙ୍କା ବର୍ବାଦ କରିଛନ୍ତି । ବିଗତ ୭ ଦିନ ମଧ୍ୟରେ ଲୋକସଭା ମାତ୍ର ୪ ଘଣ୍ଟା ପାଇଁ ଚାଲିଥିବା ବେଳେ ରାଜ୍ୟସଭା ମାତ୍ର ୮.୨ ଘଣ୍ଟା ଚାଲିଛି ।

ଉଲ୍ଲେଖଯୋଗ୍ୟ ଯେ, ସଂସଦ ଚାଲିବା ନିମନ୍ତେ ଘଣ୍ଟାପ୍ରତି ପ୍ରାୟ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥାଏ । ଲୋକସଭାରେ ବିଗତ ଏକ ସପ୍ତାହ ମଧ୍ୟରେ ୩୮ ଘଣ୍ଟା ମୁଲତବୀ ପାଇଁ ବଳି ଚଢିଥିବା ବେଳେ ରାଜ୍ୟସଭାରେ ସମାନ କାରଣ ପାଇଁ ୩୩.୮ ଘଣ୍ଟା ନଷ୍ଟ ହୋଇଛି । ଏହି ହିସାବରେ ସମୁଦାୟ ୫୩.୮୫ କୋଟି ଟଙ୍କା ନଷ୍ଟ ହୋଇଛି । ଚଳିତ ଥର ସଂସଦୀୟ ଅଧିବେଶନ ଆରମ୍ଭରୁ ପେଗାସସ ସ୍ପାଏ ୱେୟାରକୁ ନେଇ ବିରୋଧୀ ଦଳ ଝାମେଲା କରିଥିଲେ । ରେଳ ମନ୍ତ୍ରୀଙ୍କ ହାତରୁ ଦଲିଲ ଫାଡିବା, ଅକ୍ସିଜେନ ଅଭାବରୁ ମୃତ୍ୟୁ ସଂଖ୍ୟା, କୃଷକ ଆନ୍ଦୋଳେନ, ଟିଏମସି ସାଂସଦଙ୍କ ନିଲମ୍ବନ ଘଟଣାକୁ ନେଇ ସଂସଦର ଉଭୟ ଗୃହ ମୁଲତବୀ ରହିଥିଲା । ତେବେ ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି କି ଦରବୃଦ୍ଧିକୁ ନେଇ ଆଦୌ ଆଲୋଚନା ହୋଇନାହିଁ ।

Get real time updates directly on you device, subscribe now.