fbpx

ମହିଳାଙ୍କ ସହ ହିନ୍ଦୀରେ କଥା ହେଲା ଶୁଆ: ମଜାଦାର ଢ଼ଙ୍ଗରେ କହିଲା- ‘ଗରମ ଚା ଦେ ଦୋ’, ଦେଖନ୍ତୁ Video

ଇଣ୍ଟରନେଟରେ ପଶୁ-ପକ୍ଷୀଙ୍କ ଭିଡିଓ ପ୍ରାୟତଃ ଭାଇରାଲ ହୋଇଥାଏ, ଯାହାକି ଲୋକଙ୍କ ହୃଦୟକୁ ଶାନ୍ତି ଦେଇଥାଏ । ଅନେକ ଥର କିଛି ଜୀବ ଏପରି କାମ କରିଦିଅନ୍ତି, ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡିଯାଏ । ସେହିପରି ସୋସିଆଲ ମିଡିଆରେ ଏକ ଶୁଆର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ ମହିଳାଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି । ଲାଲ ରଙ୍ଗର ଶୁଆଟିର ସ୍ୱର ଶୁଣି ଇଣ୍ଟରନେଟ ବ୍ୟବହାରକାରୀମାନେ ଖୁସିରେ ପ୍ରଫୁଲ୍ଲିତ ହେବା ସହ ମଜାଦାର କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି । ଭିଡିଓରେ ଶୁଆଟି ହିନ୍ଦୀରେ କଥା ହେବା ସହ ଚା’ର ଡିମାଣ୍ଡ କରୁଥିବା ଦେଖିବାକୁ ମିଳିଛି ।

ଶୁଆମାନେ ବି ମଣିଷଙ୍କ ପରି ଭାଷା କହିପାରନ୍ତି ବୋଲି ତ ଆପଣ ଜାଣିଛନ୍ତି । ଶୁଆର ଏପରି ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି । ଭିଡିଓରେ ଶୁଆଟି ମଣିଷଙ୍କ ପରି କଥା ହେବା ସହ କଥାର ଉତ୍ତର ବି ଦେଉଛି । ଭାରତରେ ଅନେକ ପରିବାର ଶୁଆ ପାଳିବାକୁ ପସନ୍ଦ କରନ୍ତି ।

ଭିଡିଓରେ ଶୁଆଟି ଏକ ଛୋଟ ଖଟିଆ ଉପରେ ଥିବା ବେଳେ ନିଜ ସ୍ୱରରେ ‘ମମି’ ଚିଲ୍ଲାଉଥିବା ଦେଖିବାକୁ ମିଳିଛି । ଶୁଆଟି ବି ଅନ୍ୟ ଭାରତୀୟ ଛୁଆଙ୍କ ପରି ‘ମମି’ ଡାକିବାକୁ ଚେଷ୍ଟା କରୁଛି । ମହିଳାଙ୍କୁ ବି ପଛରୁ ଜବାବ ଦେଉଥିବା ଶୁଣିବାକୁ ମିଳିଛି । ଏହା ପରେ ଶୁଆଟି ୨ ମିନିଟରୁ ଅଧିକ ସମୟ ହିନ୍ଦୀରେ କଥା ହୋଇଥିଲା । ଏହି ଭିଡିଓକୁ କିଛି ଦିନ ପୂର୍ବରୁ ଆଇପିଏସ୍ ଅଧିକାରୀ ଦୀପନଶୁ କାବ୍ରା ସେୟାର କରିଥିଲେ, ଯାହାକୁ ୫୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.