fbpx

କ’ଣ ରହିଛି ପାତାଳ ଭୁବନେଶ୍ୱର ଗୁମ୍ପାର ରହସ୍ୟ: ଯେଉଁଠାରେ ଖସିଥିଲା ଗଣେଶଙ୍କ ଅସଲି କଟାମୁଣ୍ଡ, ଆଜି ବି ସେଠାରେ ସୁରକ୍ଷିତ ରହିଛି…

ନୂଆଦିଲ୍ଲୀ: ପୁରାଣ ଅନୁସାରେ ଆମେ ସମସ୍ତେ ଜାଣୁ କି, ଭଗବାନ ଶିବ ରାଗରେ ଆସି ଭଗବାନ ଗଣେଷଙ୍କର ମୁଣ୍ଡ କାଟି ଦେଇଥିଲେ ଓ ମା’ ପାର୍ବତୀଙ୍କ ଅନୁରୋଧ କ୍ରମେ ଭଗବାନ ଶିବ ଗଣେଶଙ୍କ ମୁହଁ ସ୍ଥାନରେ ଛୁଆ ହାତୀର ମୁଣ୍ଡ ଲଗାଇଥିଲେ । ଏହା ପରେ ସେ ତାଙ୍କର ପ୍ରାଣ ପ୍ରତିଷ୍ଠା କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି, ଯେତେବେଳେ ଗଣେଶଙ୍କ ମୁଣ୍ଡ ଶରୀରରୁ ଅଲଗା କରାଯାଇଥିଲା, ତାହା କେଉଁଠାରେ ଯାଇ ପଡିଥିଲା ? ଏହାର ଉତ୍ତର ଉତ୍ତରାଖଣ୍ଡରେ ଥିବା ପିଥୌରାଗଡ଼ର ପାତାଳ ଭୁବନେଶ୍ୱର ଗୁମ୍ପାରେ ରହିଛି ।

ପୁରାଣ ଅନୁସାରେ, ଭଗବାନ ଗଣେଶଙ୍କ ମୁଣ୍ଡ ପାତାଳ ଭୁବନେଶ୍ୱର ଗୁମ୍ପାରେ ଯାଇ ପଡିଥିଲା । ଆଜି ବି ଗୁମ୍ପାରେ ଗଣେଶଙ୍କ କଟାମୁଣ୍ଡ ସେଠାରେ ରହିଛି । ଆସନ୍ତୁ ଜାଣିବା ଏହାର ରହସ୍ୟ..

इस गुफा में आज भी सुरक्षित है गणेश जी का कटा सिर | The severed head of Ganesh  ji is still safe in this cave.

ପୁରାଣରେ ମଧ୍ୟ ଏହି ଗୁମ୍ପା ବିଷୟରେ କୁହାଯାଇଛି । ଯେବେ ଭଗବାନ ଶିବ ରାଗରେ ଆସି ଗଣେଶଙ୍କ ମୁଣ୍ଡ କାଟିଦେଇଥିଲେ, ସେବେ ତାହା ଯାଇ ପାତାଳ ଭୁବନେଶ୍ୱର ଗୁମ୍ପାରେ ପଡିଥିଲା । ଏହା ଉତ୍ତରାଖଣ୍ଡର ପିଥୌରାଗଡ଼ରେ ରହିଛି । ପିଥୌରାଗଡ ଜିଲ୍ଲାର ଗଙ୍ଗୋଲିହାଟଠାରୁ ୧୪ କିଲୋମିଟର ଦୂରରେ ଏହି ଗୁମ୍ପା ରହିଛି । ଏହି ଗୁମ୍ପା ସହ ଭଗବାନ ଶିବ ଓ ଗଣେଶଙ୍କ ଅନେକ ପୌରାଣିକ କଥା ଜଡ଼ିତ ରହିଛି । ପାତାଳ ଭୁବନେଶ୍ୱର ଗୁମ୍ପା ୧୬୦ ମିଟର ଲମ୍ବା ଓ ୯୦ ମିଟର ଚଉଡାର ବୋଲି ସୂଚନା ରହିଛି ।

पाताल भुवनेश्वर की गुफा में गणेशजी का कटा हुआ सिर मिला

ଏପରି ପରିସ୍ଥିତିରେ ଶୁଣିବାକୁ ମିଳୁଛି କି, ଏହି ଗୁମ୍ପାରେ ଆଜି ବି ଭଗବାନ ଶିବ ବିରାଜମାନ ଅଛନ୍ତି । ଏହା ସହ ଭଗବାନ ଗଣେଶଙ୍କ କଟାମୁଣ୍ଡ ମଧ୍ୟ ଏଠାରେ ରହିଛି । ପ୍ରତିବର୍ଷ ଲକ୍ଷାଧିକ ଭକ୍ତମାନେ ଭଗବାନ ଶିବ ଓ ଗଣେଶଙ୍କ କଟାମୁଣ୍ଡର ଦର୍ଶନ ପାଇଁ ସେଠାରେ ପହଞ୍ଚନ୍ତି ।

ସ୍କନ୍ଦ ପୁରାଣରେ ପାତାଳ ଭୁବନେଶ୍ୱର ବିଷୟରେ ଉଲ୍ଲେଖ କରାଯାଇଛି । ପୁରାଣରେ କୁହାଯାଇଛି କି, ଗଣେଶଙ୍କ ମୁଣ୍ଡ ଏହି ଗୁମ୍ପାକୁ ଖସିଥିଲା । ଏପରି ମଧ୍ୟ କୁହାଯାଉଛି କି, ଭଗବାନ ଶିବ ହିଁ ଅସଲି ମୁଣ୍ଡକୁ ଏହି ଗୁମ୍ପାରେ ସୁରକ୍ଷିତ ରଖିଥିଲେ । ତେବେ ଏହି ଗୁମ୍ପାରେ ଭଗବାନ ଗଣେଶଙ୍କ କଟାମୁଣ୍ଡ ପଥର ଆକାରରେ ରହିଛି । ଏହି ପଥର ଉପରେ ୧୦୮ ପାଖୁଡା ଥିବା ବ୍ରହ୍ମକମଳ ହୋଇଛି, ଯେଉଁଥିରୁ ଅମୃତର ବିନ୍ଦୁ ବାହାରି ଭଗବାନ ଗଣେଶଙ୍କ ମୁଣ୍ଡରେ ପଡ଼ୁଛି । ବ୍ରହ୍ମକମଳକୁ ନେଇ ମାନ୍ୟତା ରହିଛି କି, ଏହାର ସ୍ଥାପନା ଭଗବାନ ଶିବ କରିଥିଲେ ।

Get real time updates directly on you device, subscribe now.